ନଖରାରେ ଜବରଦଖଲ ଉ‌ଚ୍ଛେଦ, ବିଡିଏ ଭାଙ୍ଗିଲା ବହୁ ବ୍ୟବସାୟିକ ସଂସ୍ଥା

Advertisment
ନଖରାରେ ଜବରଦଖଲ ଉ‌ଚ୍ଛେଦ, ବିଡିଏ ଭାଙ୍ଗିଲା ବହୁ ବ୍ୟବସାୟିକ ସଂସ୍ଥା

ଭୁବନେଶ୍ବର: ଆଜି ରାଜଧାନୀ ଉପକଣ୍ଠ ନଖରାରେ ବିଡିଏ ପକ୍ଷରୁ ଏକ ବଡ଼ଧରଣର ଜବରଦଖଲ ‌ଉଚ୍ଛେଦ କାର୍ଯ୍ୟ କରାଯାଇଛି। ନଖରା ମୌଜା ଅନ୍ତର୍ଗତ ଜଳ ସମ୍ପଦ ବିଭାଗର ଜମିରେ ହୋଇଥିବା ବେଆଇନ ନିର୍ମାଣକୁ ଆଜି ଉଚ୍ଛେଦ କରାଯାଇଛି। ଏଥିରେ ଗୋଟିଏ ଫର୍ଣିଚର୍ ଦୋକାନ, ୨୧ଟି ହୋଟେଲ, ୫ଟି ଢାବା, ୩ଟି ଚିକେନ୍‌ ଦୋକାନ, ୩ଟି ନିର୍ମାଣ ସାମଗ୍ରୀ ଦୋକାନ, ୪ଟି ନିର୍ମାଣଧୀନ ଘର, ଗୋଟିଏ ଗ୍ୟାରେଜ୍ ଘର, ୨ଟି ପାନ ଦୋକାନ, ୬ଟି ଜଳଖିଆ ଦୋକାନ ଏବଂ ୨ଟି କବାଡ଼ିଆ ଦୋକାନ ଭଙ୍ଗା ଯାଇଛି। ସେହିଭଳି ମଞ୍ଚେଶ୍ୱର ବାମ ପାର୍ଶ୍ୱ ରାସ୍ତାରୁ ବେଆଇନ ଜବରଦଖଲକୁ ଆଜି ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି।

୫ଟି ଛାତ ଘର, ୪୭ଟି ୧୫୦ ଫୁଟ୍‌ ଲମ୍ବର ପାଚେରି, ୧୩ଟି ଦୋକାନ ଓ ୬ଟି କ୍ୟାବିନ ଭଙ୍ଗା ଯାଇଛି। ପ୍ରାୟ ଦେଢ଼ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଉଭୟ ସ୍ଥାନରେ ଉଚ୍ଛେଦ ସମୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର୍ ପ୍ରମୋଦ ପାତ୍ର ଓ ଲିଆସନ ଅଫିସର୍ ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିଲେ। କମିସନରେଟ୍‌ ପୁଲିସ ପକ୍ଷରୁ ଫୋର୍ସ ନିୟୋଜିତ ହୋଇଥିଲା। ସେହିପରି ୟୁନିଟ୍‌-୧ ହାଟ ପଛପଟରୁ ବିଏମ୍‌ସି ଆଜି ୨୬ଟି ଦୋକାନ ଉଚ୍ଛେଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe