ଭୁବନେଶ୍ୱର ବିମାନ ବନ୍ଦରରୁ ୭ କୋଟିର ମାରିଜୁଆନା ଜବତ

ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ କଷ୍ଟମ୍ସ୍ ବିଭାଗ ଦ୍ଵାରା ଏହା ଜବତ ହୋଇଛି। ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି...

Marijuana worth 7 crore seized from Bhubaneswar airport

Marijuana worth 7 crore seized from Bhubaneswar airport Photograph: (sambad.in)

ଭୁବନେଶ୍ବର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ୱର  ବିମାନ ବନ୍ଦରରୁ କଷ୍ଟମ୍ସ୍ ବିଭାଗ ଦ୍ଵାରା ଏହା ଜବତ ହୋଇଛି । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ବ୍ୟାଙ୍କକରୁ ଏହି ମାରିଜୁଆନା ଆସୁଥିଲା। ଜଣେ ଯୁବକଙ୍କୁ ଅଟକ ରଖି ଏନେଇ କଷ୍ଟମ୍ସ ଏୟାର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ପଚରାଉଚରା କରାଯାଉଛି  ।

ଅଧିକ ପଢ଼ନ୍ତୁ:ଘୁ.ଉଦୟଗିରିରେ ୩ ଦିନ ଧରି ତୁଷାରପାତ ଜାରି: ତାପମାତ୍ରା ୫ ଡିଗ୍ରିକୁ ଖସିଲା 

ପ୍ରାୟ ୧୫ ଦିନ ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରୁ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ଏହି ଦାମୀ ନିଶା ଦ୍ରବ୍ୟ ଆସିଥିଲା।

ସେତେବେଳେ ଏନେଇ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟ ୱେ ପାଲଟିଥିବା ନେଇ ଚର୍ଚ୍ଚା ଜୋର ଧରିଛି । 

ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ୍ ନେଇ କଷ୍ଟମ୍ସ ବିଭାଗ ଖୋଳତାଡ଼ ଚଳାଇଛି। 

ଅଧିକ ପଢ଼ନ୍ତୁ: ୧୬୧ ଦିନ ପରେ କୋଲକାତା 'ନିର୍ଭୟା'ଙ୍କୁ ନ୍ୟାୟ: ସଞ୍ଜୟ ରାୟ ଆର.ଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe