ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ମଶାଣି ବ୍ରାହ୍ମଣ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଭୁବନେଶ୍ବର : ୫୦ ଟଙ୍କାର ଲୋଭ ଦେଖାଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଉଦ୍ୟମ ଅଭିଯୋଗରେ ବୁଧବାର ଖାରବେଳନଗର ଥାନା ପୁଲିସ ଜଣେ ମଶାଣି ପୂଜକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସତ୍ୟକାଳୀବସ୍ତି ସାହିର ରାମଚନ୍ଦ୍ର ମିଶ୍ର। ସତ୍ୟନଗର ମଶାଣିରେ ସେ ଶବ ସଂସ୍କାର କର୍ମକାଣ୍ଡ କରୁଥିବା ଜଣାପଡ଼ିଛି। ଜଣେ ୧୧ ବର୍ଷର ନାବାଳିକାକୁ ଏକୁଟିଆ ପାଇ ସେ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ନାବାଳିକାର ମା’ଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ରାମ ପୂର୍ବରୁ ତାଙ୍କ ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଉଥିଲା। ପୂର୍ବରୁ ଅନେକ ଥର ରାମ ଅଶ୍ଳୀଳ ଇଙ୍ଗିତ କରୁଥିଲା। ନାବାଳିକାକୁ ଏକୁଟିଆ ଦେଖି ଉଲଗ୍ନ ହୋଇପଡ଼ୁଥିଲା। ନାବାଳିକାଟି ମା’ଙ୍କ ଆଗରେ କହିଥିଲେ ବି ସେ ବିଶ୍ବାସ କରିନଥିଲେ। ଜଣେ ବ୍ରାହ୍ମଣ ଲୋକ ଓ କର୍ମକାଣ୍ଡ କରୁଥିବା ପୂଜକ ହୋଇଥିବାରୁ ସେ କଥାକୁ ବିଶ୍ବାସ କରୁନଥିଲେ କି ଗୁରୁତ୍ବ ଦେଇନଥିଲେ। ଜଣେ ବୟସ୍କ ବ୍ରାହ୍ମଣ ଏତେ ଛୋଟ ପିଲାକୁ ପାପ ନଜରରେ ଦେଖୁଥିବ ବୋଲି ସେ ଭାବି ପାରିନଥିଲେ। କୌଣସି କାରଣରୁ ଅସାବଧାନତାବଶତଃ ପୂଜକଙ୍କ ଏଭଳି ଅବସ୍ଥା ଝିଅ ନଜରକୁ ଆସିଥିବ ବୋଲି ସେ ଭାବି ନେଇଥିଲେ। କିନ୍ତୁ ଆଜି ଅଭିଯୁକ୍ତ ରାମ ତା’ର ଅସଲ ଚେହେରା ଦେଖାଇଥିଲା। ନାବାଳିକା ଘରେ ଏକୁଟିଆ ଥିବା ଦେଖି ସେ ତାକୁ ୫୦ ଟଙ୍କା ଦେବାକୁ କହି ଘରକୁ ଡାକିଥିଲା। ମାତ୍ର ନାବାଳିକାଟି ରାଜି ହୋଇନଥିଲା। ତେଣୁ କୌଣସିମତେ ତାକୁ ଉଠାଇନେବାକୁ ରାମ ଯୋଜନା କରି ଛକି ରହିଥିଲା। ନାବାଳିକାଟି ବାଡ଼ି ପଟେ ଗାଧୋଉଥିବା ଦେଖି ରାମ ସେଠାରେ ପହଞ୍ଚି ଯାଇଥିଲା ଓ ଜୋର୍‌ କରି ଟାଣିନେବାକୁ ଉଦ୍ୟମ କରିଥିଲା। ଭୟରେ ନାବାଳିକାଟି ଚିତ୍କାର କରିଥିଲା ଓ ଚିତ୍କାର ଶୁଣି ବସ୍ତିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ବସ୍ତିଲୋକେ ଆସିବା ଦେଖି ରାମ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅର୍ଦ୍ଧଉଲଗ୍ନ ଅବସ୍ଥାରେଥିବାରୁ ସେ ଦୌଡ଼ି ପାରିନଥିଲା। ଲୋକେ ତାକୁ ଧରି ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe