କାର୍ଯ୍ୟାନୁଷ୍ଠାନ ନାହିଁ, ଆଜି ବି ମାସ୍କ ବାଣ୍ଟିଲେ

Advertisment
କାର୍ଯ୍ୟାନୁଷ୍ଠାନ ନାହିଁ, ଆଜି ବି ମାସ୍କ ବାଣ୍ଟିଲେ

ଭୁବନେଶ୍ବର : କୋଭିଡ୍‌-୧୯ର ମୁକାବିଲା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ୯ ତାରିଖଠାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ‌ଘୋଷଣା କରାଯାଇଛି। ନିୟମ ଲାଗୁ ହେବାର ଦୁଇଦିନ ବିତିଥିଲେ ମଧ୍ୟ ‌ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତକାଲି କମିସନରେଟ୍‌ ପୁଲିସ ପକ୍ଷରୁ କେବଳ ସଚେତନତା ସୃଷ୍ଟି କରାଯାଇଥିଲା। ଆଜି ମଧ୍ୟ ସଚେତନତା ସୃ‌ଷ୍ଟି କରାଯିବା ସହ ପ୍ରାୟ ୧୫୦ମାସ୍କ ମାଗଣାରେ ବଣ୍ଟନ କରାଯାଇଛି।

ଗତକାଲି ମଧ୍ୟ ଏଭଳି ମାସ୍କ ବଣ୍ଟନ କରାଯାଇଥିଲା। ଆଜିଠାରୁ କଡ଼ାକଡ଼ି କରିବା ପାଇଁ କୁହାଯାଇଥିଲା। ହେଲେ ଆଜି ମଧ୍ୟ ପୁଲିସ କୋହଳ ମନୋଭାବ ପୋଷଣ କରିଥିଲା। ଅନେକ ଲୋକ ବିନା ମାସ୍କରେ ବୁଲୁଥିବା ଦେଖା ଯାଇଥିଲା। ଯେଉଁମାନେ ଚେକିଂ ପଏଣ୍ଟ ଦେଇ ଯାଉଥିଲେ ସେମାନଙ୍କୁ ପୁଲିସ ଅଟକାଇ ମାସ୍କ ଦେଉଥିଲା। ଏଭଳି ସମଗ୍ର ଭୁବନେଶ୍ବରରେ ୧୨ ହଜାର ମାସ୍କ ଯୋଗାଇ ଦେବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ତେବେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମାସ୍କ ବାଧ୍ୟତାମୂଳକ ହେବା ଯୋଜନା ଭଣ୍ଡୁର ହେବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ବିନା ମାସ୍କରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ପେଟ୍ରୋଲ ଟାଙ୍କି ମାଲିକମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆଜି କଳ୍ପନା, ଝାରପଡ଼ା ଓ ସଚିବାଳୟ ପଛରେ ଥିବା ପେଟ୍ରୋଲ ଟାଙ୍କି ସହ ଅନ୍ୟ କେତେକ ଟାଙ୍କିରେ ବିନା ମାସ୍କରେ ପେଟ୍ରୋଲ ଦିଆ ଯାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe