ମାସ୍କ ଫାଇନ ଆଦାୟ ଟଙ୍କା ହଡ଼ପ, ଏଏସ୍ଆଇ ନିଲମ୍ବିତ

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ : ଫେରାର ସଂପାଦକଙ୍କ ଗୁମର ଫିଟୁଛି

Sambad English

ଭୁବନେଶ୍ୱର : କରୋନା କଟକଣା ସମୟରେ ଆଦାୟ କରାଯାଉଥିବା ଜରିମାନାକୁ ପୁଲିସ ହଡ଼ପ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା। ଏବେ ଏହାର ପ୍ରମାଣ ପାଇଛନ୍ତି ବରିଷ୍ଠ ଅଧିକାରୀ। ମାସ୍କ ଜରିମାନାରେ ହେରଫେର୍‌ ନେଇ ଏୟାରପୋର୍ଟ ଥାନାରେ କାର୍ଯ୍ୟରତ ଥିବା ଏଏସ୍ଆଇ ପ୍ରକାଶ ବେହେରାଙ୍କୁ ଡିସିପି ଉମାଶଙ୍କର ଦାଶ ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କଠାରୁ ରସିଦ୍ ବହି ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁସାରେ, ଏଏସ୍ଆଇ ପ୍ରକାଶଙ୍କୁ କୋଭିଡ୍ ଡ୍ୟୁଟି ପାଇଁ ଏୟାରପୋର୍ଟ ଥାନା ସହ ଆଟାଚ୍ କରାଯାଇଥିଲା। କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ମାସ୍କ ନ ପିନ୍ଧି ଆଇନ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କଠାରୁ ଗତକିଛି ଦିନ ତଳେ ପ୍ରକାଶ ଜରିମାନା ଆଦାୟ କରିଥିଲେ। ଶହେ ଟଙ୍କାର ଜରିମାନ ଆଦାୟ କରି ୫୦ ଟଙ୍କାର ରସିଦ୍ ଦେଇଥିଲେ। ବ୍ୟକ୍ତି ଜଣକ ଏହାର ବିରୋଧ କରିଥିଲେ। କିନ୍ତୁ କିଛି ଲାଭ ହୋଇ ନ ଥିଲା। ଏ ନେଇ ସେ ଡିସିପିଙ୍କୁ ଅଭିଯୋଗ କରିଥିଲେ। ତେବେ ତଦନ୍ତ ପରେ ପ୍ରକାଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, କେବଳ ପ୍ରକାଶ ନା ଆହୁରି ଅନେକ ସ୍ଥାନରେ ଏଭଳି ଜାଲିଆତି ହୋଇଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe