ଏକାଥରେ ୧୦୦ ବେଦୀରେ ପଡ଼ିବ ହାତଗଣ୍ଠି

Advertisment

ପ୍ରୟାସ ପକ୍ଷରୁ ‘ସାମୂହିକ ବିବାହ ମହୋତ୍ସବ’ ୪ରେ

ପ୍ରୟାସ ପକ୍ଷରୁ ‘ସାମୂହିକ ବିବାହ ମହୋତ୍ସବ’ ୪ରେ

ଏକାଥରେ ୧୦୦ ବେଦୀରେ ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର : ‘ପ୍ରୟାସ’ ପକ୍ଷରୁ ୟୁନିଟ୍‌-୩ ସ୍ଥିତ ରାମ ମନ୍ଦିର ପରିସରରେ ‘ସାମୂହିକ ବିବାହ ମହୋତ୍ସବ’ ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ। ସମାଜରେ ପ୍ରଚଳିତ ବିବାହକୁ ନେଇ ରହିଥିବା ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଏଡ଼ାଇବା, ଆର୍ଥିକ ଅନଗ୍ରସରମାନଙ୍କୁ ପ୍ରାଧାନ୍ୟ ଦେବା, ଯୌତୁକ ବିରୋଧରେ ଲୋକଙ୍କୁ ସଚେତନ କରିବା ଓ ବିବାହକୁ ପଞ୍ଜୀକୃତ କରାଇବା ଅନୁଷ୍ଠାନର ଲକ୍ଷ୍ୟ ରହିଛି। ଆବେଦନ କରିଥିବା ବରବଧୂଙ୍କ ବିବାହ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମ୍ପନ୍ନ ହେବ। ଚଳିତ ବର୍ଷ ପ୍ରାୟ ୧୦୦ଟି ଯୋଡ଼ିଙ୍କ ବିବାହ ହେବାକୁ ଯାଉଛି ବୋଲି ‘ପ୍ରୟାସ’ର ଅଧ୍ୟକ୍ଷ ବନ ମହାନ୍ତି ଆଜି ରାମ ମନ୍ଦିର ପରିସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ୧୦୦ ଯୋଡ଼ିଙ୍କ ବିବାହ ୧୦୦ଟି ବେଦିରେ ୧୦୦ ବ୍ରାହ୍ମଣଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବିଧି ମୁତାବକ ହେବ ବୋଲି ସେ କହିଛନ୍ତି। ଗତ ୪ ବର୍ଷ ହେଲା ପ୍ରୟାସ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟିର ଆବାହକ ତଥା କଳିଙ୍ଗ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ, ଓଡ଼ିଶା ଆର୍ଯ୍ୟସମାଜ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜୟନ୍ତୀ ମହାପାତ୍ର, ଇନ୍ଦିରା ଦାସ, ସଂଜୟ ପଣ୍ଡା, ରବୀନ୍ଦ୍ର ସ୍ୱାଇଁ ଓ ରାମକୃଷ୍ଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe