‘ଦାନା’କୁ ସାମ୍‌ନା କରିବାକୁ ବ୍ୟାପକ ପ୍ରସ୍ତୁତି: ୮୦ଟି ବାତ୍ୟା ଆଶ୍ରୟସ୍ଥଳ

Advertisment

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବିଏମ୍‌ସି ତତ୍ପର ହୋଇ ଉଠିଛି। ରାଜଧାନୀରେ ଯେମିତି ବାତ୍ୟାର ସଫଳ ମୁକାବିଲା ହେବ, ସେଥିପ୍ରତି ମେୟର, କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଲାଗି ପଡ଼ିଛନ୍ତି।

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବିଏମ୍‌ସି ତତ୍ପର ହୋଇ ଉଠିଛି। ରାଜଧାନୀରେ ଯେମିତି ବାତ୍ୟାର ସଫଳ ମୁକାବିଲା ହେବ, ସେଥିପ୍ରତି ମେୟର, କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଲାଗି ପଡ଼ିଛନ୍ତି।

ggjgdjg

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବିଏମ୍‌ସି ତତ୍ପର ହୋଇ ଉଠିଛି। ରାଜଧାନୀରେ ଯେମିତି ବାତ୍ୟାର ସଫଳ ମୁକାବିଲା ହେବ, ସେଥିପ୍ରତି ମେୟର, କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଲାଗି ପଡ଼ିଛନ୍ତି। ଗତକାଲି ସମସ୍ତ ବିଭାଗଗୁଡ଼ିକୁ ନେଇ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ଆଜି ଏକାମ୍ର ହଲ୍‌ରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ କରାଯାଇଛି।

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ କମିସନର ରାଜେଶ ପ୍ରଭାକର ପାଟିଲ, ଡେପୁଟି ମେୟର ମଂଜୁଲତା କହଁର, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଜୋନାଲ କମିସନର କୈଳାସ ଚନ୍ଦ୍ର ଦାସଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ପୂର୍ବାପେକ୍ଷା ଆଜି ବାତ୍ୟା ଆଶ୍ରୟସ୍ଥଳକୁ ବଢ଼ାଯାଇ ୮୦ଟି କରାଯାଇଛି। ଏଥିରେ ବିଏମ୍‌ସିର ସାଉଥ୍‌-ୱେଷ୍ଟ ଜୋନ୍‌ରେ ୩୦ଟି, ନର୍ଥ ଜୋନ୍‌ରେ ୨୧ଟି ଏବଂ ସାଉଥ୍‌-ଇଷ୍ଟଜୋନ୍‌ରେ ୨୯ଟି, ଏପରି ମୋଟ୍‌ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଏହି ୮୦ଟି ଆଶ୍ରୟସ୍ଥଳ ବ୍ୟତୀତ ଆବଶ୍ୟକ ହେଲେ ଏହାର ସଂଖ୍ୟା ଆହୁରି ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ବାତ୍ୟା ଆଶ୍ରୟସ୍ଥଳରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଗରମ ଖାଦ୍ୟ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆଶ୍ରୟସ୍ଥଳରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିବ। ଗର୍ଭବତୀମାନଙ୍କୁ ଆବଶ୍ୟକ ପଡ଼ିଲେ ଡାକ୍ତରଖାନାରେ ରଖିବାର ବ୍ୟବସ୍ଥା କରାଯାଇଛି। ସମସ୍ତ ଡାକ୍ତରଖାନାରେ ଆଜିଠାରୁ ଜେନେରେଟର୍‌ ମହଜୁଦ୍ ରହିବ।

୮୦ଟି ବାତ୍ୟା ଆଶ୍ରୟସ୍ଥଳ 
ବିଏମ୍‌ସି ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌
୩ ସିଫ୍ଟରେ ହେବ କାମ, ଗାଡ଼ି, ପମ୍ପସେଟ୍ ଓ ଗଛକଟା ମେସିନ ମହଜୁଦ

ଆଜି ମହାନଗରର କିଛି ୱାର୍ଡରେ ବିପଦସଙ୍କୁଳ ଗଛର ଡାଳ କଟା ଯାଇଛି। ବାତ୍ୟାରେ ଯଦି ଗଛ ଭାଙ୍ଗେ, ତେବେ ଗଛ କାଟିବା ପାଇଁ ଆବଶ୍ୟକ ଗାଡ଼ି ସହ ଅଗ୍ନିଶମ ବିଭାଗର ୬୫ଟି ଗଛ କଟା ମେସିନ ଏବଂ ୧୦ଟି ଟିମ୍‌ ସଜାଗ ରହିଛନ୍ତି। ସେମାନଙ୍କୁ ସହାୟତା କରିବା ପାଇଁ ୫୦ ଜଣିଆ ଟିମ୍‌ ଗଠନ କରାଯାଇଛି। ସେହିପରି ବିଭିନ୍ନସ୍ଥାନରେ ଥିବା ବଡ଼ ବଡ଼ ହୋର୍ଡିଂଗୁଡ଼ିକୁ ଆଜି ହଟାଇ ଦିଆଯାଇଛି। 
ପ୍ରତ୍ୟେକ ୱାର୍ଡରେ କର୍ପୋରେଟରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଜାଗ୍ରତ ରହିବାକୁ କଡ଼ା ନିର୍ଦେଶ ଦିଆଯାଇଛି। ତିନିଜୋନ୍‌ ସହ ମୁଖ୍ୟାଳୟରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ୧୯୨୯ ସହ ୧୦ଟି ଲାଇଫ ଲାଇନ୍‌ ରହୁଛି। ଏହିସବୁ ଫୋନ୍‌ ଲାଇନ୍‌ରେ ୩ ସିଫ୍‌ଟରେ ୧୦ ଜଣ ଲେଖାଏଁ କର୍ମଚାରୀ ରହିବେ। ତଦାରଖ କରିବା ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ। ଡ୍ରେନେଜ୍‌ ସମସ୍ୟା ପାଇଁ ୭୮୦୯୮୯୬୬୨୧ ରେ ଫୋନ୍‌ କରି ଜଣାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବର୍ଷା ନିଶ୍ଚିତ ହେବାର ସମ୍ଭାବନା ଥିବାରୁ ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ୩୦ଟି ଜଳବନ୍ଦି ଅଞ୍ଚଳରେ ପମ୍ପସେଟ୍‌ ମୁତୟନ କରାଯାଇଛି। ଆଜି କର୍ପୋରେଟରମାନଙ୍କ କହିବା ଅନୁସାରେ, ଆଉ କିଛି ଅଞ୍ଚଳ ପାଇଁ ପମ୍ପସେଟ୍‌ ଯୋଗାଇ ଦିଆଯାଇଛି। ଖୋଲା ଥିବା ଡ୍ରେନଗୁଡ଼ିକରେ ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା ବ୍ୟାରିକେଡ କିମ୍ବା ସ୍ଲାବ ପକାଇବାକୁ ନିର୍ଦେଶ ଦେଇଛନ୍ତି ମେୟର। ଖାଲୁଆ ଅଞ୍ଚଳ ଓ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ତିନିଜୋନ୍‌ର ଜୋନାଲ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ନାଗରିକମାନେ କୌଣସିମତେ ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି ମେୟର ଏବଂ କମିସନର। ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁ ଏହି ବୈଠକକୁ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe