ମତ ମତାନ୍ତର : କିଡ୍‌ନି ବାହାନାରେ ଠକାମି

Advertisment
ମତ ମତାନ୍ତର : ତଦନ୍ତ ତା’ ବାଟରେ

ରାଜଧାନୀରେ କିଡ୍‌ନି କିଙ୍ଗ୍‌ପିନ୍‌ ଗିରଫ ହେବା ପରେ ହଇଚଇ ସୃଷ୍ଟି ହୋଇଛି। କମିସନରେଟ୍‌ ପୁଲିସ ନାକତଳେ ଜଣେ ଧୂର୍ତ୍ତ ଏତେ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଚଳୁ କରିଦେଇଥିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। କିଡ୍‌ନି ପ୍ରତିରୋପଣ ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ କିଙ୍ଗ୍‌ପିନ୍‌ ହିମାଂଶୁ ନନ୍ଦ କିଭଳି ଚକ୍ରବ୍ୟୂହ ରଚନା କରି ଲୋକଙ୍କୁ ଫସାଉଥିଲା, ତାହାକୁ ନେଇ ସବୁଆଡ଼େ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ହିମାଂଶୁ ଗ୍ୟାଙ୍ଗ୍‌ରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ଅଧିକ ତଦନ୍ତ ପାଇଁ ନୂଆପଲ୍ଲୀ ଥାନା ପୁଲିସ ତାକୁ ୩ ଦିନିଆ ରିମାଣ୍ଡରେ ଆଣୁଛି। ଏହି ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଲୋକେ ଦେଇଥିବା କିଛି ବଛା ବଛା ମତାମତ...

publive-image

ଭାଇଲୋ! କ’ଣ କିଡ୍‌ନି ତମେ ଘରେ ତିଆରି କରୁଥିଲ ନା କ’ଣ। ସମସ୍ତଙ୍କୁ କହୁଛ କିଡ୍‌ନି ଆଣିଦେବ। ଏବେ ତ’ ଆଉ ତୁମ ପାଖରେ କିଛି ନାହିଁ। କେବଳ ତୁମର ସେଇ ଠକ କିଡ୍‌ନି ଅଛି। ଏଥରକ ତୁମ କିଡ୍‌ନି ଦେବାର ପାଳି ପଡ଼ିଛି। ଭଦ୍ର ହିମାଂଶୁ ବାବୁ ତୁମ କିଡ୍‌ନିକୁ ଜବରଦସ୍ତି ନିଆଯିବ। ବାମ୍ଫ ନେ ରେ...
ରୁଦ୍ର ପ୍ରତାପ (ଫେସ୍‌ବୁକ୍)

କିଡ୍‌ନି କ’ଣ ବଜାରରେ ବିକ୍ରି ହେଉଥିବା ସାମଗ୍ରୀ? ସେ ଯେମିତି କିଣିକି ଦେଇଦେବ। ଲୋକେ ଏତେ ଟଙ୍କା କେମିତି ଦେଇ ଦେଉଛନ୍ତି! ତା’ କିଡ୍‌ନି କାଢ଼ି ନେଇଯାଅ...
ପ୍ରଣୟ କୁମାର ରାଉତ ପିଙ୍କୁ (ଫେସ୍‌ବୁକ୍)

ଭୁବନେଶ୍ବର ଆଉ ଭୁବନେଶ୍ବର ହେଇନାହିଁ। ଠକେଶ୍ବର ହେଇଗଲାଣି।
ବିଚି ଜେନା (ଫେସ୍‌ବୁକ୍)

କିଡ୍‌ନି ଯିଏ କିଣୁଥିଲା, ତା’ବି ତଦନ୍ତ ସାପେକ୍ଷ। କିଛି ନୂଆ ତଥ୍ୟ ମିଳିପାରେ।
ରମେଶ ସାମଲ (ଫେସ୍‌ବୁକ୍)

ୟା ପାଇଁ କିଛି ନିୟମ ନାହିଁ। ଖାଲି ହେଲ୍‌ମେଟ୍, ଆର୍‌ସି ବୁକ୍, ଡିଏଲ୍ ପଛରେ ଗୋଡ଼େଇଛନ୍ତି।
ସୁଶାନ୍ତ ବେହେରା (ଫେସ୍‌ବୁକ୍)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe