ଚେତିଲା ବିଏମସି: ଡେଙ୍ଗୁ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଲେ ଭୁବନେଶ୍ବର ମେୟର

Advertisment
ନିର୍ବାଚନର ବର୍ଷ ପୂର୍ତ୍ତି ପାଳିଲା ବିଏମ୍‌ସି: ବର୍ଷକରେ ୨୪.୧୨% ରାଜସ୍ବ ବୃଦ୍ଧି ହୋଇ ୭୩ କୋଟିରେ ପହଞ୍ଚିଲା

ଚନ୍ଦ୍ରଶେଖରପୁର: ଡେଙ୍ଗୁରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ ଘଟିବା ପରେ ଚେତିଲା ବିଏମସି। ରାଜଧାନୀରେ ଡେଙ୍ଗୁ କାୟା ମେଲାଇବାର ଖବର ପ୍ରଚାରିତ ହେବା ପରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ସକ୍ରିୟତା ଦେଖାଇଛନ୍ତି। ସେ ଆଜି ରାଜଧାନୀର ନିଳାଦ୍ରୀ ବିହାର, ବିଡିଏ କଲୋନି, ଶୈଳଶ୍ରୀ ବିହାର, ମଙ୍ଗଳା ଛକ, ଜିଏ ପ୍ଲଟ୍ ଓ ନିଳାଦ୍ରୀ ବିହାର ସେକ୍ଟର ଆଦି ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
ସୂଚନାଯୋଗ୍ୟ, ୫ରୁ ୭ ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରେ ୧୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ତହିଁରୁ ଗୋଟିଏ ପରିବାରର ୫ଜଣ ଆକ୍ରାନ୍ତ ରହିଛି। ଏହାସହ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆକ୍ରାନ୍ତମାନେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରଥମେ ଡମଣା ଓ ତା’ପରେ ଶ୍ରୀବିହାର ଅଞ୍ଚଳରେ ଡେଙ୍ଗୁ ମାଡ଼ୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି। ସ୍ଥିତି ସଙ୍ଗିନ ଆଡ଼କୁ ଯାଉଥିବା ବେଳେ ଏନେଇ ବିଏମ୍ସି ପାଖରେ କୌଣସି ଖବର ନଥିଲା। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବି କିଛି ଜାଣି ନ ଥିବା କହିଥିଲେ।

ରାଜଧାନୀର ଅନେକ ଅଞ୍ଚଳ ଡେଙ୍ଗୁ ପ୍ରବଣ ରହିଛି। ଏସବୁ ଅଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ହେଁ ବି ପ୍ରଶାସନ କିଛି ଶିଖିଲା ନାହିଁ। ମୌସୁମୀ ଆସିବା ପୂର୍ବରୁ ପ୍ରତିବର୍ଷ ସ୍ବାସ୍ଥ୍ୟ ବିଭାଗ/ବିଏମ୍‌ସି ପକ୍ଷରୁ ସ୍ପେସାଲ ଡ୍ରାଇଭ୍ ଗ୍ରହଣ କରାଯାଇଥାଏ। ଚଳିତବର୍ଷ ଏ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ଗତବର୍ଷ ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାର ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ଅଣାୟତଃ ହୋଇଥିଲା। ଡମଣା ଓ ଶ୍ରୀବିହାର ଅଞ୍ଚଳରେ ଅନେକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥର ସମାନ ସ୍ଥିତି ଉପୁଜିଥିବାରୁ ଆଗକୁ ପରିସ୍ଥିତି କ’ଣ ହେବ ସେନେଇ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe