ଶିଳ୍ପ ସମୃଦ୍ଧ ହେବ ମୟୂରଭଞ୍ଜ: ମୁଖ୍ୟମନ୍ତ୍ରୀ

Advertisment

କଳା, ସଂସ୍କୃତି ତଥା ପ୍ରାକୃତିକ ସମ୍ପଦରେ ଭରପୂର ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ। ଉତ୍କର୍ଷ ଓଡ଼ିଶାରେ ଦୁଇଟି କମ୍ପାନି ସହ ଚୁକ୍ତିପତ୍ର ସ୍ବା‌କ୍ଷର ହୋଇଛି। ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ ୮୭୦ କୋଟି ଓ ଇମ୍ଫା ୨୨୦ କୋଟି ଟଙ୍କାର ପ୍ରକଳ୍ପ କରିବ।

କଳା, ସଂସ୍କୃତି ତଥା ପ୍ରାକୃତିକ ସମ୍ପଦରେ ଭରପୂର ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ। ଉତ୍କର୍ଷ ଓଡ଼ିଶାରେ ଦୁଇଟି କମ୍ପାନି ସହ ଚୁକ୍ତିପତ୍ର ସ୍ବା‌କ୍ଷର ହୋଇଛି। ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ ୮୭୦ କୋଟି ଓ ଇମ୍ଫା ୨୨୦ କୋଟି ଟଙ୍କାର ପ୍ରକଳ୍ପ କରିବ।

dgdgdgvcv

ଭୁବନେଶ୍ବର: କଳା, ସଂସ୍କୃତି ତଥା ପ୍ରାକୃତିକ ସମ୍ପଦରେ ଭରପୂର ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ। ଉତ୍କର୍ଷ ଓଡ଼ିଶାରେ ଦୁଇଟି କମ୍ପାନି ସହ ଚୁକ୍ତିପତ୍ର ସ୍ବା‌କ୍ଷର ହୋଇଛି। ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ ୮୭୦ କୋଟି ଓ ଇମ୍ଫା ୨୨୦ କୋଟି ଟଙ୍କାର ପ୍ରକଳ୍ପ କରିବ। ଏହି ଦୁଇ କମ୍ପାନିରେ ଦେଢ଼ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ଏତିକି ନୁହେଁ ମୟୂରଭଞ୍ଜରେ ଆହୁରି ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥିସହ ‘ଛଉ ଏକାଡେମୀ ଓ ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ହେବ। ଗୁଜୁରାଟର ସାବରମତୀ ଭଳି ବୁଢ଼ାବଳଙ୍ଗ ନଦୀରେ ୬୦ କୋଟିର ରିଭର ଫ୍ରଣ୍ଟ ନିର୍ମାଣ ହେବ। ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ ୩ ଦିନିଆ ମୟୂରଭଞ୍ଜ ଉତ୍ସବକୁ ଉଦ୍‌ଘାଟନ କରି ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ‌ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲା ଗଠନ ସମୟରେ ଯେଉଁ ସବୁ ସର୍ତ୍ତ ରହିଥିଲା ତାହା ପାଳନ ହୋଇନି। ପୂର୍ବର ସରକାର ମୟୂରଭଞ୍ଜର ବିକାଶକୁ ଗୁରୁତ୍ବ ଦେଇ ନାହାନ୍ତି। ଏବେବି ଅନେକ ଗାଁକୁ ରାସ୍ତା, ବିଜୁଳି, ପିଇବା ପାଣି ଯାଇନି। କିନ୍ତୁ ବର୍ତ୍ତମାନର ସରକାର ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଯତ୍ନବାନ ଅଛନ୍ତି। ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ସହ ମୟୂରଭଞ୍ଜ ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରାଯିବ। ମୟୂରଭଞ୍ଜକୁ ୧ ନମ୍ବର ଜିଲ୍ଲା କରିବାକୁ ସବୁପ୍ରକାର ସମର୍ଥନ ଯୋଗାଇ ଦିଆଯିବ। ଶିମିଳିପାଳ ହେଉଛି ଭାରତର ଫୁସ୍‌ଫୁସ୍‌। ଏହାକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଶିମିଳିପାଳକୁ ଉଜାଡ଼ିବାକୁ ଚେଷ୍ଟା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ନୂତନ ଶିକ୍ଷାନୀତିରେ ସାନ୍ତାଳି ଭାଷାରେ ପାଠପଢ଼ା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ରାଜଧାନୀରେ ଆରମ୍ଭ ହେଲା ମୟୂରଭଞ୍ଜ ଉତ୍ସବ
ପ୍ରତିଷ୍ଠା ହେବ ଛଉ ଏକାଡେମୀ ଓ ଗବେଷଣା କେନ୍ଦ୍ର
ବୁଢ଼ାବଳଙ୍ଗ ନଦୀରେ ୬୦ କୋଟିର ରିଭର ଫ୍ରଣ୍ଟ ନିର୍ମାଣ

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଲେ, ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି, ପ୍ରାକୃତିକ ପରିବେଶକୁ ବିନିଯୋଗ କରିବା ପାଇଁ ଏବେ ହେଉଛି ପ୍ରକୃଷ୍ଠ ସମୟ। ଓଡ଼ିଶା ବିକାଶରେ ଏ ଜିଲ୍ଲାର ଭାଗିଦାର ସର୍ବାଗ୍ରେ ରହିବ। ଉତ୍ସବର କାର୍ଯ୍ୟକାରୀ ସଭାପତି ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି, ମୟୂରଭଞ୍ଜ ଏ ମାଟିର ଅସ୍ମିତାକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିବ। ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ପୂର୍ବତନ ସାଂସଦ ବୀରଭଦ୍ର ସିଂ ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସହ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ସବର ସ୍ମରଣିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଅଭିନେତା ସୁକାନ୍ତ ରଥ ଓ ଅନନ୍ୟା ଓଝା ଉତ୍ସବର ସଂଯୋଜନା କରିଥିଲେ। ‌ଶେଷରେ ଛଉ, ଘୁମୁରା ଓ ସାନ୍ତାଳି ନୃତ୍ୟ ପରିବେଷିତ ହୋଇଥିଲା। ଉତ୍ସବ କମିଟିର ଅଧ୍ୟକ୍ଷ ଡ. ଅରୁଣ ରଥ ଅତିଥିଙ୍କୁ ସ୍ବାଗତ ଓ ସମ୍ପାଦକ ରଜନୀ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe