ଶତ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ୱ

ମିଜିଲ୍‌ସ-ରୁବେଲା ଟିକାକରଣ ଅଭିଯାନ ପାଇଁ ଭିଡିଓ କନଫରେନ୍ସିଂ

ଶତ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଆସନ୍ତା ୨୯ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିମିଳା ଓ ଜର୍ବାନ ମିଳିମିଳା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଟିକାକରଣ ୯ମାସରୁ ୧୫ବର୍ଷ ବୟସ ପିଲାମାନଙ୍କୁ ପ୍ରଦାନ କରାଯିବ। ଏ ନେଇ ଆଜି ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା କରାଯାଇଥିଲା।

ରାଜ୍ୟରେ ପ୍ରଥମଥର ଲାଗି ଏହି ଗୁରୁତ୍ୱପୂର୍ଣ୍ଣ ଟିକାକରଣ କରାଯାଉଛି। ଏଥିପାଇଁ ମାଇକ୍ରୋପ୍ଲାନିଂ କରାଯାଇ ଅଭିଯାନର ଶତ ପ୍ରତିଶତ ସଫଳତା ହାସଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯେପିରି ଜଣେ ପିଲା ଏହି ଟିକାକରଣରୁ ବାଦ୍‌ ନ ପଡ଼େ ସେଥିପାଇଁ ଦୃଷ୍ଟି ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏହି ଟିକାକରଣ ସଂପର୍କରେ କାହାର ମନରେ ଯେପରି କୌଣସି ସନ୍ଦେହ ନ ରହେ ଓ ଯଦି ସେ ପ୍ରକାର କୌଣସି କଥା ଦୃଷ୍ଟିକୁ ଆସେ ତାହାକୁ ତୁରନ୍ତ ଦୂର କରିବାକୁ କୁହାଯାଇଛି। ଟିକାକରଣକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ଶିକ୍ଷା ଓ ସୂଚନା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦେଶ ଦିଆଯାଇଛି।

କନ୍‌ଫରେନସିଂ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତିରାଜ ବିଭାଗ, ଏସସି ଓ ଏସ୍‌ଟି ଉନ୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe