ରାଜଧାନୀରେ ଖୋଲାରେ ମାଂସ ଝୁଲାଇ ବିକିବା ମନା

ରାଜଧାନୀରେ ଖୋଲାରେ ମାଂସ ଝୁଲାଇ ବିକିବା ମନା

ଭୁବନେଶ୍ବର : ରାଜଧାନୀରେ ଥିବା ମାଂସ ଦୋକାନୀମାନଙ୍କୁ ଖୋଲାରେ ମାଂସ ଝୁଲାଇବା ନେଇ କଟକଣା ଜାରି କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଓ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କାଡ୍‌ ଆଜି ମିଳିତ ଭାବେ ୟୁନିଟ୍‌-୪ସ୍ଥିତ ଆମିଷ ମାର୍କେଟ୍‌ରେ ଯାଞ୍ଚ ସମୟରେ ଦୋକାନୀମାନଙ୍କୁ ଏହି ନିର୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ରାଜଧାନୀର ଅନ୍ୟ ଆମିଷ ବଜାର‌ ଯାଞ୍ଚ କରାଯିବା ସହ ଏ ସଂପର୍କରେ ଅବଗତ କରାଯିବ ବୋଲି ସୂଚନା ମିଳିଛି।

publive-image EnglishClub

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଦୋକାନୀମାନଙ୍କୁ ମାଂସ ଘୋଡ଼ାଇ ରଖିବା ପାଇଁ କୁହାଯାଇଛି। ଫଳରେ ସ୍ବଚ୍ଛତା ବଜାୟ ରହିପାରିବ। ଯଦି ଦୋକାନୀମାନେ ଏହାର ଉଲ୍ଲଂଘନ କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ସୁରକ୍ଷା କମିସନର୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ରାଜଧାନୀର ଯେଉଁ ଯେଉଁ ସ୍ଥାନରେ ଏଭଳି ଆମିଷ ବଜାର ରହିଛି, ସେଠାରେ ଥିବା ସମସ୍ତ ଦୋକାନୀମାନଙ୍କୁ ଅବଗତ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏହାସହ ୟୁନିଟ୍‌-୪ ମାର୍କେଟ୍‌ରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କାଡ୍ ପକ୍ଷରୁ ପଲିଥିନ୍‌ର ଯାଞ୍ଚ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe