ବହୁ ଅଭିଯୋଗ ପରେ ଚେତିଲେ : ୧୯୨୯ରେ ମିଳିବ ଡାକ୍ତରୀ ପରାମର୍ଶ

Advertisment
ବହୁ ଅଭିଯୋଗ ପରେ ଚେତିଲେ : ୧୯୨୯ରେ ମିଳିବ ଡାକ୍ତରୀ ପରାମର୍ଶ

Twitter

ଭୁବନେଶ୍ୱର : ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତମାନେ ମାନସିକ ଚାପରେ ରହୁଥିବାରୁ ଏବଂ ହଠାତ୍ ଦେହ ଖରାପ ହେଲେ କ’ଣ କରିବେ ଜାଣିପାରୁନଥିବାରୁ ବହୁତ ହଇରାଣ ହେଉଥିଲେ। ଏପରିକି ଅଯଥାରେ ଭୟଭୀତ ହୋଇଯାଉଥିଲେ। ହସ୍ପିଟାଲ ନଯାଇ ଯେପରି ଘରେ ପ୍ରାଥମିକ ଚିକିତ୍ସା କରିପାରିବେ ସେଥିପାଇଁ ଭୁବନେଶ୍ବର ଅପରେସନ ସେଣ୍ଟରରେ ଡାକ୍ତରୀ ପରାମର୍ଶ ଦେବାକୁ ନିଷ୍ପତ୍ତି ହୋଇଛି।

ଆକ୍ରାନ୍ତଙ୍କୁ ଡାକ୍ତରୀ ପରାମର୍ଶ ମିଳୁନଥିବାରୁ ବହୁ ଅଭିଯୋଗ ହେଉଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଲୋକମାନେ ୧୯୨୯ ନମ୍ବରରେ ଫୋନ୍‌ କରି ଡାକ୍ତରୀ ପରାମର୍ଶ ପାଇପାରିବେ ବୋଲି କୁହାଯାଇଛି। ୧୯୨୯ କଲ୍‌ ସେଣ୍ଟରରେ କରୋନା ଆକ୍ରାନ୍ତଙ୍କୁ ଡାକ୍ତରୀ ପରାମର୍ଶ ଦେଉଥିବା ଡାକ୍ତର ଗୋପାଳକୃଷ୍ଣ କର କହିଛନ୍ତି ଯେ, ଲକ୍ଷଣ ନଥିବା ବା କମ୍‌ ଲକ୍ଷଣ ଥିବା ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ରହିବା ଦ୍ୱାରା ଘରର ପରିବେଶ, ସ୍ନେହ ଶ୍ରଦ୍ଧା, ଘର ରନ୍ଧା ଖାଦ୍ୟ ଇତ୍ୟାଦି ଆଶୁ ଆରୋଗ୍ୟ ଆଣିଥାଏ। କିନ୍ତୁ ସେମାନଙ୍କର ଯଦି କିଛି ଲକ୍ଷଣ ଯଥା ଅଧିକ ତାପମାତ୍ରାର ଜ୍ୱର, ଦୁର୍ବଳତା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ବାରମ୍ବାର ବାନ୍ତି, ତରଳ ଝାଡ଼ା ସାଙ୍ଗକୁ ଶଯ୍ୟାରୁ ଉଠିବା କଷ୍ଟକର ହୋଇପଡ଼େ ତେବେ ସେ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ୍‌ କେୟାର ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଥାଏ। ଏବେ ଦୁଇଜଣ ଡାକ୍ତର ଲୋକଙ୍କୁ ପରାମର୍ଶ ଦେବାକୁ ୧୯୨୯ କଲ୍‌ ସେଣ୍ଟରରେ ରହିବେ। ଭବିଷ୍ୟତରେ ଅଧିକ ଡାକ୍ତର ଆବଶ୍ୟକ ହେଲେ ରହିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଠାକୁ ଅନେକ କଲ୍ ଆସିଥାଏ, ପଜିଟିଭ୍ ଥିବା ବ୍ୟକ୍ତିଟିଏ ଯେତେବେଳେ ୧୯୨୯କୁ ଫୋନ୍ କରି କଥାବାର୍ତା ହୋଇଥାନ୍ତି, ସେ ମନେ ମନେ ଭାବନ୍ତି ଯେ କୋଭିଡ୍ ପଜିଟିଭ୍ ମାନେ ହସ୍‌ପିଟାଲ୍‌କୁ ଯିବାକୁ ହେବ; ପ୍ରାୟ ଏହି ଧାରଣା ତାଙ୍କ ମନରେ ବସା ବାନ୍ଧି ରହିଥାଏ। ତେବେ, ଏଠାକୁ କଲ୍ କରିବା ପରେ ଏବଂ ସେମାନଙ୍କୁ ଆବଶ୍ୟକ ସୂଚନା ଏବଂ ପରାମର୍ଶ ଦେବାପରେ, ସେମାନଙ୍କ ମନୋଭାବ ପରିବର୍ତନ ଆସୁଛି। ହୋମ୍ ଆଇସୋଲେସନ୍‌କୁ ପସନ୍ଦ କରିବା ଦେଖାଯାଉଛି ବୋଲି କହିଛନ୍ତି ସେଠାରେ ନିୟୋଜିତ ଡାକ୍ତର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe