ମେଡିକାଲ୍ ଛାତ୍ରୀଙ୍କ ଭ୍ୟାନିଟି ଝାମ୍ପିନେଲେ

ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ଭୁବନେଶ୍ବର : ବରମୁଣ୍ଡା ଫ୍ଲାଏଓଭର ଉପରୁ ଜଣେ ମେଡିକାଲ୍ ଛାତ୍ରୀଙ୍କ ଭ୍ୟାନିଟି ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍‌ର ଶିକାର ଛାତ୍ରୀ ହେଉଛନ୍ତି, ଗଣ୍ଡମୁଣ୍ଡା ଗଣେଶବିହାରର ତନୁଶ୍ରୀ ପଣ୍ଡା। ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍‌ଣରେ ସେ କଲେଜରୁ ଘରକୁ ଫେରୁଥିଲେ। ବରମୁଣ୍ଡା ଫ୍ଲାଏଓଭର୍‌ରେ ସ୍କୁଟିରେ ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ ପଛପଟୁ ଆସି ତାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ। ବ୍ୟାଗ୍‌ରେ ଏଟିଏମ୍, ଟଙ୍କା ସହ କିଛି ଜରୁରୀ କାଗଜ ଥିଲା। ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe