ଔଷଧ ନିଗମ ଗୋଦାମ ପୋଡ଼ି ଘଟଣା: ବ୍ଲିଚିଂରୁ ଲାଗିଥିଲା ନିଆଁ!

Advertisment
ଔଷଧ ନିଗମ ଗୋଦାମ ପୋଡ଼ି ଘଟଣା: ବ୍ଲିଚିଂରୁ ଲାଗିଥିଲା ନିଆଁ!

ଭୁବନେଶ୍ବର: ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଔଷଧ ନିଗମ ଗୋଦାମ ପୋଡ଼ି ପଛର କାରଣ ଖୋଜିପାଇଛି ଅଗ୍ନିଶମ ବାହିନୀ। ଗୋଦାମରେ ମହଜୁଦ୍ ଥିବା ବ୍ଲିଚିଂରୁ ନିଆଁ ଲାଗିଥିବା ନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଅଗ୍ନିଶମ ଅଧିକାରୀ। ସୁରକ୍ଷାକର୍ମୀଙ୍କୁ ପଚରାଉଚରା, ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚରୁ ଏଭଳି ସିଦ୍ଧାନ୍ତରେ ପହଞ୍ଚିଛି ଅଗ୍ନିଶମ ବାହିନୀ। ଅଗ୍ନିଶମ ଅଧିକାରୀଙ୍କ ସୂଚନାନୁସାରେ, ଗୋଦାମରେ ବିପୁଳ ପରିମାଣର ବ୍ଲିଚିଂ ମହଜୁଦ୍ ଥିଲା। ଅତ୍ୟଧିକ ଗରମ ହୋଇ ସେଥିରେ ନିଆଁ ଧରିବା ପରେ ନିକଟରେ ଥିବା ସାନିଟାଇଜରକୁ ମାଡ଼ିଯାଇଥିଲା।

ସବୁଗୁଡ଼ିକ ଦହନଶୀଳ ହୋଇଥିବାରୁ ନିଆଁ ଦ୍ରୁତବେଗରେ ବ୍ୟାପିଯାଇଥିଲା। ତେବେ ବ୍ଲିଚିଂରୁ ନିଆଁ ଲାଗିବା ଘଟଣା ସାଧାରଣରେ ସହଜରେ ଗ୍ରହଣୀୟ ହୋଇପାରିନାହିଁ। ଗୋଦାମ ପୋଡ଼ି ଘଟଣା ପଛରେ ସନ୍ଦେହ ରହିଛି। ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରାଜ୍ୟ ଔଷଧ ନିଗମ ଗୋଦାମରେ ନିଆଁ ଲାଗି ଯାଇଥିଲା। କୋଭିଡ୍ ସମୟରୁ ଏଠାରେ ବିଭିନ୍ନ ସାମଗ୍ରୀ ମହଜୁଦ୍ ଥିଲା। ଅଗ୍ନିକାଣ୍ଡରେ କୋଟିକୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe