ବିନା ଲାଇସେନ୍ସ‌ରେ ଜନଔଷଧି କେନ୍ଦ୍ର

କ୍ୟାପିଟାଲ ହସ୍ପିଟାଲରେ ବିନା ଲାଇସେନ୍ସରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଚାଲିଛି। ଏହାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ସ୍ବଦେଶୀ ଜାଗରଣ ଅଭିଯାନ ପକ୍ଷରୁ ଚିଠି ଲେଖାଯାଇଛି।

fhfhhhf

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ବିନା ଲାଇସେନ୍ସରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଚାଲିଛି। ଏହାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ସ୍ବଦେଶୀ ଜାଗରଣ ଅଭିଯାନ ପକ୍ଷରୁ ଚିଠି ଲେଖାଯାଇଛି। ଅଭିଯୋଗା ଅନୁସାରରେ କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ସୁଲଭ ମୁଲ୍ୟରେ ଔଷଧ ଯୋଗାଇ ଦେବା ପାଇଁ ଜନଔଷଧି କେନ୍ଦ୍ର ଖୋଲାଯାଇଛି। କିନ୍ତୁ ସମ୍ପୃକ୍ତ କେନ୍ଦ୍ରଟି ୪ବର୍ଷ ହେବ ଭାରତୀୟ ଜନଔଷଧି ଯୋଗାଣରୁ ଔଷଧ କିଣୁନାହିଁ।

ବରଂ ବାହାରୁ ଆଣି ଚଢ଼ା ଦରରେ ରୋଗୀଙ୍କୁ ବିକ୍ରି କରୁଛି। ଏବାବଦରେ ଅଭିଯୋଗ ପରେ ଭାରତୀୟ ଜନଔଷଧି ଯୋଗାଣ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କିନ୍ତୁ ସମ୍ପୃକ୍ତ କେନ୍ଦ୍ର କୌଣସି ଉତ୍ତର ନଦେବାରୁ ଚଳିତ ବର୍ଷ ଜାନୁଆରି ୨୯ ତାରିଖରୁ ଏହାର ଲାଇସେନ୍‌ସ୍‌ ବାତିଲ କରାଯାଇଛି। ଏହା ପରେ ମଧ୍ୟ ଦୋକାନ ହସ୍‌ପିଟାଲ ପରିସରରେ ଚାଲୁଛି। ତେଣୁ ଏହି ହସ୍‌ପିଟାଲକୁ ଯଥାଶୀଘ୍ର ବନ୍ଦ କରିବାକୁ ସ୍ବେଦେଶୀ ଜାଗରଣ ଅଭିଯାନର ତ୍ରିଲୋଚନ ଦଳେଇ, ରମାକାନ୍ତ ବଳିୟାରସିଂ ପ୍ରମୁଖ ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe