ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାର୍‌ ଡିଲରମାନଙ୍କ ମଧ୍ୟରେ ବୈଠକ

Advertisment
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାର୍‌ ଡିଲରମାନଙ୍କ ମଧ୍ୟରେ ବୈଠକ

ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାର୍‌ ଡିଲର୍‌ମାନଙ୍କ ମଧ୍ୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ସତ୍ୟବାନ ବେହେରାଙ୍କ ବଳିଷ୍ଠ ନେତୃତ୍ୱ ଓ ଉପକ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬୫ଜଣ ଡିଲର୍‌ ଅଂଶଗ୍ରହଣ କରିଥିଲେ।

ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ପ୍ରଭାକର ସାହୁ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନାୟକ ଓ ଆର୍‌ଏଲ୍‌ପି ମୁଖ୍ୟ ଏଚ୍.କେ ପାହି ଏଥିରେ ସହଯୋଗ କରିବା ସହ ଶାଖା ମୁଖ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଡିଲରମାନେ ଉତ୍ତମ ପ୍ରଦର୍ଶନ କରିବା ସହ ସେମାନେ ଆଗକୁ ୟୁନିଅନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାଧ୍ୟମରେ ଆହୁରି ଭଲ ବ୍ୟବସାୟ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe