ଜରୁରି ପରିସ୍ଥିତି ରାଜବନ୍ଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳୁ

ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା

ଜରୁରି ପରିସ୍ଥିତି ରାଜବନ୍ଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳୁ

ଭୁବନେଶ୍ୱର: ୧୯୭୫ ମସିହାରେ ଜରୁରି ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଳନ କରି କାରାବରଣ କରିଥିବା ରାଜବନ୍ଦୀମାନଙ୍କ ଏକ ପ୍ରତିନିଧି ଦଳ ଆଜି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ସେମାନେ ଦର୍ଶାଇଥିଲେ, ଏବେ ପ୍ରାୟ ୧୧ଟି ରାଜ୍ୟରେ ଏହି ରାଜବନ୍ଦୀମାନଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରି ସମ୍ମାନ ରାଶି ଓ ବିଭିନ୍ନ ସୁବିଧା ମିଳୁଛି। କାରାଗାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ମର୍ମରେ ବିଭିନ୍ନ କାରାଗାର କର୍ତ୍ତୃପକ୍ଷଙ୍କଠାରୁ ୧୯୭୫ ରୁ ୧୯୭୭ ମସିହା ମଧ୍ୟରେ ଥିବା ରାଜବନ୍ଦୀମାନଙ୍କ ଏକ ତାଲିକା ମଗାଯାଇଛି। ରାଜ୍ୟ ସରକାର ଅନ୍ୟ ରାଜ୍ୟ ଢାଞ୍ଚାରେ ଏଠାରେ ଜରୁରି ପରିସ୍ଥିତି ସମୟର ରାଜବନ୍ଦୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିନିଧି ଦଳ ଅର୍ଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତିନିଧି ଦଳରେ ଜରୁରି ପରିସ୍ଥିତି ରାଜବନ୍ଦୀ ଅଭିଯାନର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମହାନ୍ତି, ସମ୍ପାଦକ ରମେଶ ଅଲ୍ଲୀବେସାନ୍ତ, ଉପସଭାପତି ସୁଶିଲ ପଣ୍ଡା, ଉପସଭାପତି ପ୍ରଶାନ୍ତ ମିଶ୍ର, ରବୀନ୍ଦ୍ର ପ୍ରସାଦ ଚାନ୍ଦ, ଶ୍ରୀଧର ଦାଶ, କାହ୍ନଚରଣ ବେହେରା, ତ୍ରିଲୋଚନ ପ୍ରଧାନ, କମଳାକାନ୍ତ ସାହୁ, ରାମେଶ୍ୱର ପୁରୋହିତ, ରାଧାକାନ୍ତ ବହିଦାର, ଜ୍ଞାନ ପଟ୍ଟନାୟକ ଓ ଶିଶିର ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe