Union minister Juel Oram Photograph: (sambad.in)
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷସ୍ଥିତ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ ଟ୍ରଷ୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟିଛନ୍ତି। ଟ୍ରଷ୍ଟର ସାଧାରଣ ସମ୍ପାଦକ ମଦନ ମୋହନ ସୋରେନ ଓ କୋଷାଧ୍ୟକ୍ଷ ଆନ୍ତ ଆଲୋକ ବାସ୍କେ ଭୁବନେଶ୍ୱର ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କୁ ଭେଟି ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ରେ ‘ଅଲଚିକ’ ଲିପି ସୃଷ୍ଟି କରିଥିଲେ। ସାନ୍ତାଳୀ ଭାଷା କୋଷ ପାଇଁ ଅବଦାନ ସଦା ସ୍ମରଣୀୟ ଅଟେ। ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ମୁର୍ମୁଙ୍କ ଏକଶତ ବର୍ଷ ପୂର୍ତ୍ତି ଅବସରରେ ଆର୍ନ୍ତଜାତିକ ସ୍ତର ତାଙ୍କ ନାମକୁ ସଦା ଉଜ୍ଜୀବିତ କରି ରଖିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି।
ଆହୁରି ପଢ଼ନ୍ତୁ: Sports: ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ: ୧୯ ବର୍ଷରୁ କମ୍ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି
ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବି
ଶତବାର୍ଷିକୀ ପାଳନ ଅବସରରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବା, ତାଙ୍କ ନାମରେ ଓଲଚିକ ଭାଷା ବିକାଶ ପାଇଁ ଆଦିବାସୀ ରାଜ୍ୟରେ ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ନୂଆ ଦିଲ୍ଲୀ, ଗୋହାଟି, ରାଞ୍ଚି କିମ୍ବା ରାଉରକେଲାରେ ତାଙ୍କ ସ୍ମୃତିରେ ଗୁରୁ ଗୋମକେ ଭବନ ସହ ସଂଗ୍ରହାଳୟ, ପାଠାଗାର ଓ ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରିବା, ଓଲଚିକ ଭାଷାରେ ୧୦୦ଟଙ୍କିଆ କଏନ ଜାରି କରିବା, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀକୁ ନେଇ ଓଲଚିକ ଭାଷାରେ ଚଳଚ୍ଚିତ୍ର ପ୍ରସ୍ତୁତ କରିବା, ଆଦିବାସୀ ରାଜ୍ୟରେ ଆଦିବାସି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ତାଙ୍କ ସ୍ମୃତିରେ ପୂର୍ବରୁ ପ୍ରକାଶିତ ହେଉଥିବା ସାଗେନ ସାକାମ ପତ୍ରିକାକୁ ପୁନଃ ପ୍ରକାଶ ନେଇ ଆର୍ଥିକ ସହାୟତା ଯୋଗାଇବା ଆଦି ଦାବି ହୋଇଛି। ସାନ୍ତାଳ ଜନଜାତି ସର୍ବବୃହତ ଜନଜାତି ଗୋଷ୍ଠୀ ହୋଇଥିବାରୁ ସାନ୍ତାଳୀ ଲିପି ରଚୟିତା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶତବର୍ଷ ପାଳନ ଅବସରରେ ଯଥୋଚିତ ସମ୍ମାନ ପ୍ରଦାନ କରିବାକୁ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Accident: ଦୁଇ ଜଣଙ୍କୁ ଧକ୍କା ଦେଲା ସାରସକଣା ବିଧାୟକଙ୍କ ଗାଡ଼ି, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Follow Us