ଏସ୍‌ପ୍ଲାନେଡ୍‌ ୱାନ୍ ପକ୍ଷରୁ ଋତୁସ୍ରାବ ସ୍ବଚ୍ଛତା ଦିବସ

Advertisment
ଏସ୍‌ପ୍ଲାନେଡ୍‌ ୱାନ୍ ପକ୍ଷରୁ ଋତୁସ୍ରାବ ସ୍ବଚ୍ଛତା ଦିବସ

ଭୁବନେଶ୍ବର : ଏସ୍‌ପ୍ଲାନେଡ୍ ୱାନ୍ ମଲ୍ ପକ୍ଷରୁ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡାକ୍ତରଙ୍କ ପକ୍ଷରୁ ସଚେତନତା କରାଯାଇଥିଲା। ମହିଳା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ଦ୍ବାରା ପରାମର୍ଶ ଦିଆଯାଇଥିଲା। ମଲ୍‌ରେ କାର୍ଯ୍ୟରତ କର୍ମଚାରୀ ଓ ଉପଭୋକ୍ତାମାନଙ୍କୁ ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଓ ଏହି ସମୟରେ ଉପଯୁକ୍ତ ଆହାର ନେବା ନେଇ ଶପଥ ପାଠ କରାଯାଇଥିଲା। ଋତୁସ୍ରାବକୁ ନେଇ ସମାଜରେ ରହିଥିବା ଅନ୍ଧବିଶ୍ବାସ ବିରୋଧରେ ସଚେତନତାକୁ ଗରୁତ୍ବ ଦିଆଯାଇଥିଲା। ଏହାସହ ମଲ୍‌କୁ ଆସୁଥିବା ଗ୍ରାହକମାନଙ୍କୁ ଋତୁସ୍ରାବ ସଂପର୍କରେ ନିଜ ମତ ରଖିବା ପାଇଁ ମଧ୍ୟ କୁହାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ସେବାଶ୍ରମର ଝିଅମାନେ ଯୋଗ ଦେବା ସହିତ ସେମାନଙ୍କୁ ସାନିଟାରି ପ୍ୟାଡ୍ ବଣ୍ଟନ କରାଯାଇଥିବା ମଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଏନ୍‌ଏମ୍‌ଆଇଇଟି ପକ୍ଷରୁ ଆନ୍ତର୍ଜାତିକ ମାସିକ ଋତୁସ୍ରାବ ସ୍ବଚ୍ଛତା ଦିବସ

ଭୁବନେଶ୍ବର : ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ଏନ୍‌ଏମ୍ଆଇଇଟି ପକ୍ଷରୁ ଆନ୍ତର୍ଜାତିକ ମାସିକ ଋତୁସ୍ରାବ ସ୍ବଚ୍ଛତା ଦିବସ କଲେଜ ନିକଟସ୍ଥ ପାତ୍ରପଡ଼ା‌ ଗ୍ରାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ମହିଳାଙ୍କୁ ମାସିକ ଋତୁସ୍ରାବ ସ୍ବଚ୍ଛତା, ଏହାର ଆବଶ୍ୟକତା ଓ ନିରାପତ୍ତା ବିଷୟରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମାନବ ସମ୍ବଳ ନିର୍ଦ୍ଦେଶିକା ରିଚା ପରିଡ଼ା, ଲୋକ ସମ୍ପର୍କ ନିର୍ଦ୍ଦେଶିକା ଶିଳ୍ପା ପରିଡ଼ା, ଚଞ୍ଚଳା ଫାଉଣ୍ଡେସନ୍ ସଦସ୍ୟା‌ ଲୋପାମୁଦ୍ରା ଆଚାର୍ଯ୍ୟ, ନାଲ୍‌କୋ ମହିଳା କ୍ଲବ୍‌ର ପୂର୍ବତନ ସମ୍ପାଦିକା ତୃପ୍ତି ଦାଶ, ପ୍ରଫେସର ନିବେଦିତା ନାୟକ ଓ ଭାଲେଣ୍ଟିନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ମାସିକ ଋତୁସ୍ରାବ ସ୍ବଚ୍ଛତା ବିଷୟରେ ସଚେତନତା ଓ ପ୍ରଚାର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ଲୋକସମ୍ପର୍କ ନିର୍ଦ୍ଦେଶିକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe