ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ମାନସିକ ସୁସ୍ଥତା ସଚେତନତା

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ମାନସିକ ସୁସ୍ଥତା ସଚେତନତା

ଭୁବନେଶ୍ବର: ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ହ୍ୟୁମାନ କନ୍‌ଟେଷ୍ଟ ଓ ବିଆଇଆଇପିବିଏସ୍‌ଏଆର ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପ୍ରେସ୍‌ କ୍ଲବ୍‌ଠାରେ ମାନସିକ ସୁସ୍ଥତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ମାନସିକ ସୁସ୍ଥତାକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ପୂର୍ବତନ ମହଳା କମିସନ ସଦସ୍ୟା ନମ୍ରତା ଚଢ଼ା, ଟିମ୍‌ ଗ୍ରୁପ୍‌ କମ୍ପାନିର ସିଏମ୍‌ଡି ନିଶିକାନ୍ତ ମିଶ୍ର, ପୁଲିସ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବିଆଇଆଇପିବିଏସ୍‌ଏଆର ପ୍ରତିଷ୍ଠାତା ଜୟପ୍ରକାଶ ରାଭଣ ପ୍ରମୁଖ ଯୋଗ ଦେଇ ଜଣେ ବ୍ୟକ୍ତି କିପରି ଭାବେ ନିଜକୁ ମାନସିକ ସୁସ୍ଥ ରଖିପାରିବ ସେନେଇ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉଦିତ୍‌ ପଣ୍ଡା, ଜିଜ୍ଞାସା ପଟ୍ଟନାୟକ, ସୁଶ୍ରୀ ମିଶ୍ର ପ୍ରମୁଖ ଯୋଗଦେଇ ମାନସିକ ସୁସ୍ଥତାକୁ ନେଇ ଲୋକମାନେ କିପରି ନିଜକୁ ପ୍ରସ୍ତୁତ କରିବେ ସେନେଇ ଆଲୋଚନା କରିଥିଲେ। ଏଥିସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ହ୍ୟୁମାନ କନ୍‌ଟେଷ୍ଟର ସହ ପ୍ରତିଷ୍ଠାତା ସନ୍ତୋଷ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe