ପୁରୁଣା ଭୁବନେଶ୍ୱର : କାବୁ ହେଲା ମାନସିକ ବିକୃତ ଯୁବକ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ପୁରୁଣା ଭୁବନେଶ୍ୱର : ରାସ୍ତା କଡ଼ରେ ପରିସ୍ରା କରୁଥିବା ଦେଖିଲେ ପଛରୁ ଲୁହା ରଡ୍‌ରେ ପିଟି ପକାଉଥିବା ମାନସିକ ବିକୃତ ଯୁବକକୁ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ କାବୁ କରିଛି। ତାକୁ ଥାନାରେ ରଖାଯାଇଛି ଓ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତା’ର ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ ତାକୁ କଟକ ମାନସିକ ଚିକିତ୍ସାଳୟରେ ଭର୍ତ୍ତି କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଗତ କିଛି ଦିନ ହେଲା ଏହି ଯୁବକ ଜଣକ ରାସ୍ତା କଡ଼ରେ ପରିସ୍ରା କରୁଥିବା ଲୋକଙ୍କୁ ଆକ୍ରମଣ କରୁଥିଲା। ବିଏମ୍‌ସି ହସ୍ପିଟାଲ ନିକଟରେ ବୁଲାବୁଲି କରୁଥିବା ଏହି ଯୁବକର ଏଭଳି କାଣ୍ଡରେ ପ୍ରାୟ ୪୦ ଜଣ ବ୍ୟକ୍ତି ଆହତ ହୋଇଥିଲେ। ଫଳରେ ବିଏମ୍‌ସି ହସ୍ପିଟାଲ ଅଞ୍ଚଳରେ ତାକୁ ନେଇ ଲୋକଙ୍କ ଭିତରେ ଭୟ ଖେଳି ଯାଇଥିଲା। ଆଜି ଏହି ଘଟଣା ବାବଦରେ ଏକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ପ୍ରକୃତ କଥା ଜା‌ଣିବା ପରେ ଗତକାଲି ରାତିରୁ ଉକ୍ତ ଯୁବକକୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଆଜି ସକାଳେ ତାକୁ ବିଏମ୍‌ସି ହସ୍ପିଟାଲ ନିକଟରୁ ଠାବ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe