ମଧ୍ୟାହ୍ନ ‌ଭୋଜନ ଖର୍ଚ୍ଚ ପୁଣି ବଢ଼ିଲା: ପ୍ରଥମରୁ ପଞ୍ଚମ ୭୪ ପଇସା, ଷଷ୍ଠରୁ ୮ମ ୧ଟଙ୍କା ୧୨ପଇସା

Advertisment

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଏମ୍ ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ବଢ଼ିଛି। ନଭେମ୍ବର ୧୪‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତି ପିଲା ପିଛା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧ଟଙ୍କା ବଢ଼ାଇଥିବାବେଳେ ...

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଏମ୍ ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ବଢ଼ିଛି। ନଭେମ୍ବର ୧୪‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତି ପିଲା ପିଛା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧ଟଙ୍କା ବଢ଼ାଇଥିବାବେଳେ ...

ଆନ୍ଦୋଳନକୁ ଓହ୍ଲାଇବ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ: ରାଜ୍ୟ ସରକାରଙ୍କୁ ୧ମାସର ମହଲତ

ଭୁବନେଶ୍ବର: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଏମ୍ ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ବଢ଼ିଛି। ନଭେମ୍ବର ୧୪‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତି ପିଲା ପିଛା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧ଟଙ୍କା ବଢ଼ାଇଥିବାବେଳେ ଏବେ କେନ୍ଦ୍ର ସରକାର ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୭୪ପଇସା ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପିଛା ୧ଟଙ୍କା ୧୨ ପଇସା ବଢ଼ାଇଛନ୍ତି। ଏହାକୁ ଆଧାର କରି ଆ‌ଜି ପିଏମ୍‌ ପୋଷଣର ନୋଡାଲ୍ ଅଧିକାରୀ ରଘୁରାମ ଆୟାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ ଏଣିକି ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପ୍ରତି ପିଲା ପିଛା ୭ଟଙ୍କା ୬୪ପଇସା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପିଛା ୧୦ଟଙ୍କା ୯୪ପଇସା ଖର୍ଚ୍ଚ ହେବ।  ଏହାକୁ ଡିସେମ୍ବର ୧ରୁ ଲାଗୁ କରାଯିବ।

ପ୍ରଥମରୁ ପଞ୍ଚମ ୭୪ ପଇସା, ଷଷ୍ଠରୁ ୮ମ ୧ଟଙ୍କା ୧୨ପଇସା
ନଭେମ୍ବର ୧୪ରେ ରାଜ୍ୟ ସରକାର ଟଙ୍କାଏ ବଢ଼ାଇଥିଲେ
ଡିସେମ୍ବର ୧ରୁ ନୂଆ ଦର ଲାଗୁ

ଶ୍ରୀ ଆୟାର କହିଛନ୍ତି ଯେ ବଜାର ଦର ବୃଦ୍ଧି, ପନିପରିବା ଦର ବଢ଼ୁଥିବାରୁ ସରକାର ପିଏମ୍ ପୋଷଣରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ୧ଟଙ୍କା ବୃଦ୍ଧି ନେଇ ଘୋଷଣା କରିଥିଲେ ତାହା ନଭେମ୍ବର ୧୪ରୁ ଲାଗୁ ହେଉଛି। ଏବେ କେନ୍ଦ୍ର ସରକାର ବୃଦ୍ଧି କରିଥିବା ମୂଲ୍ୟ ଲାଗୁ ହେବ। ତେଣୁ ଛାତ୍ରଛାତ୍ରୀଙ୍କୁ ପୂର୍ବ ଅପେକ୍ଷା ଉନ୍ନତମାନର ଖାଦ୍ୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe