Dainik Bhaskar
ଭୁବନେଶ୍ବର: ଶୁକ୍ରବାର ରାତି ପାଖାପାଖି ୨ଟା ହେବ। ସାଙ୍ଗରେ ବୁଲଡୋଜର୍, ଟ୍ରକ୍ ଧରି ଶହେରୁ ଦେଢ଼ଶ’ ମୁଖାପିନ୍ଧା ଲୋକ ଆସିଲେ। ଦୋକାନ କର୍ମଚାରୀଙ୍କ ଗୋଡ଼ହାତ ବାନ୍ଧି ଗୋଟିଏ ସ୍ଥାନରେ ବସାଇଦେବା ପରେ ଦୋକାନରୁ ଯାହା ପାରିଲେ ଟ୍ରକ୍ରେ ଲଦିଲେ। ଜାଗା ଛାଡ଼ିବା ପୂର୍ବରୁ ବୁଲ୍ଡୋଜର୍ରେ ୨ଟି ଦୋକାନକୁ ଭାଙ୍ଗି ମାଟିରେ ମିଶାଇଦେଲେ। ଇସ୍କନ୍ ମନ୍ଦିର ନିକଟରେ ଏଭଳି ଘଟଣା ଘଟିଛି। ଥାନାଠାରୁ ୨ଶହ ମିଟର ଦୂର ଜାତୀୟ ରାଜପଥ କଡ଼ରେ ଦୁର୍ବୃତ୍ତମାନେ ଏଭଳି ଆତଙ୍କ ସୃଷ୍ଟି କରିଥିଲେ ବି ପୁଲିସ୍ ଏହାର ଟେର୍ ପାଇ ନଥିଲା।
ଏ ସଂପର୍କରେ ଦୋକାନର ଦୁଇ ମାଲିକ ସୁବାସ ଅଗ୍ରୱାଲ ଓ ପ୍ରଦୀପ କୁମାର ସାମଲ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ବି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ସନ୍ଦେହରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ମୁତାବକ, ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦରୁ ଏହି ଘଟଣା ଘଟିଥିବା ଜଣାଯାଇଛି।
Follow Us