image source-osissa diary
ଭୁବନେଶ୍ବର : ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥିବେ ତେବେ ପଞ୍ଜୀକରଣ କରିବେ। ଏଥିପାଇଁ ସ୍ବତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ କରାଯିବା ସହ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ସରପଞ୍ଚମାନଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳକୁ ହଜାର ହଜାର ଶ୍ରମିକ ଫେରିବାର ଅଛି। ତେଣୁ ଏଥିପାଇଁ ବିଏମ୍ସି ପକ୍ଷରୁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଭୁବନେଶ୍ବରକୁ ଫେରିବାକୁ ଚାହୁଁଥିବେ ସେମାନେ ୧୯୨୯ ନମ୍ବରରେ ଫୋନ୍ କରି କିମ୍ବା https://covid19.odisha.gov.in/ୱେବସାଇଟରେ ପଞ୍ଜୀକରଣ କରିପାରିବେ କିମ୍ବା ବିଏମ୍ସିର ୱାର୍ଡ ଅଫିସକୁ ଆସି ଶ୍ରମିକଙ୍କ ପରିବାର ଲୋକ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପରେ ୧୪ଦିନ ସଙ୍ଗରୋଧ ରହିବା ବାଧ୍ୟତାମୂଳକ। ପଞ୍ଜୀକରଣ ପାଇଁ ବ୍ୟାଙ୍କ କି ପାନ୍ କାର୍ଡ ତଥ୍ୟ ଦରକାର ନାହିଁ। କେବଳ ନାଁ, ମୋବାଇଲ ନମ୍ବର, ଆଧାର ନମ୍ବର ଓ ଭୁବନେଶ୍ବର ଠିକଣା ଦେବାକୁ ପଡ଼ିବ।
Follow Us