ଭାରତୀୟ ସେନା ପକ୍ଷରୁ ମିଲିଟାରି ବ୍ୟାଣ୍ଡ ପରିବେଷଣ

ଭାରତୀୟ ସେନା ପକ୍ଷରୁ ମିଲିଟାରି ବ୍ୟାଣ୍ଡ ପରିବେଷଣ

ଭୁବନେଶ୍ୱର: ୭୨ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତୀୟ ସେନା ୧୨୦ ଇନ୍‌ଫ୍ୟାଣ୍ଟ୍ରି ବାଟାଲିୟନ୍‌ ବା ଟେରିଟୋରିଆଲ୍‌ ସେନା ବିହାର ରେଜିମେଣ୍ଟର କଳିଙ୍ଗ ପାଇପ୍ସ ଓ ପଞ୍ଜାବ ରେଜିମେଣ୍ଟର ମିଳିତ ସହଯୋଗରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କଠାରେ ମିଲିଟାରି ବ୍ୟାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ସେନାର ପାଇପ ବ୍ୟାଣ୍ଡ, ବିଭିନ୍ନ ଦେଶାତ୍ମବୋଧକ ସଂଗୀତର ଧୂନ୍‌ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ ଜ୍ୟାକବ୍‌ ଫ୍ରିମ୍ୟାନ୍‌ ଯୋଗ ଦେବା ସହ ସେନାର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବକମାନଙ୍କୁ ସେନାରେ ନିଯୁକ୍ତି, ପରୀକ୍ଷା ପ୍ରସ୍ତୁତି ଏବଂ ଆବେଦନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe