କ୍ଷୀର ଗାଡ଼ି ପାସ୍‌ରେ ମର୍ସିଡିଜ୍‌, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଛାଡ଼ିଦେଲା ପୁଲିସ

କ୍ଷୀର ଗାଡ଼ି ପାସ୍‌ରେ ମର୍ସିଡିଜ୍‌, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଛାଡ଼ିଦେଲା ପୁଲିସ

ଖୋର୍ଦ୍ଧା: ଗତକାଲି ଲକ୍‌ଡାଉନ୍ ନିୟମ ଭାଙ୍ଗିଥିବା ଯୋଗୁଁ ଖୋର୍ଦ୍ଧା ପୁଲିସ୍‌ ୬ଟି ବାଇକ୍ ସହ ଏକ ମର୍ସିଡିଜ୍‌ ଗାଡ଼ି ଜବତ କରିଥିଲେ। ତେବେ ମର୍ସିଡିଜ୍‌ ଗାଡ଼ି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୁଲିସ୍‌ ଛାଡ଼ି ଦେଇଥିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନାନୁସାରେ, ଗତକାଲି ଖୋର୍ଦ୍ଧା ଟାଉନ୍ ପୁଲିସ୍‌ ଲକ୍‌ଡାଉନ୍ ନିୟମ ଭଙ୍ଗ କରିଥିବା ଅପରାଧରେ ୬ଟି ମୋଟର ସାଇକଲ୍ ଓ ଗୋଟିଏ ସୌଖିନ ମର୍ସିଡିଜ୍‌ କାର୍‌ ଜବତ କରିଥିଲେ। ଜବତ ଗାଡ଼ିଗୁଡ଼ିକୁ ଆଣି ଥାନା ପରିସରରେ ରଖାଯାଇଥିଲା। ତେବେ ମର୍ସିଡିଜ୍‌ରେ ବସିଥିବା ୫ଜଣ ଗାଡ଼ିଟିକୁ ଛାଡ଼ିଦେବା ପାଇଁ ପୁଲିସ ନିକଟରେ ଯୁକ୍ତି କରି ପାସ୍‌ ଦେଖାଇଥିଲେ। ପାସ୍‌ଟି କ୍ଷୀର ଗାଡ଼ି ନିମନ୍ତେ ପ୍ରଦାନ କରାଯାଇଥିଲା। ତେବେ ପରେ ପୁଲିସ ମର୍ସିଡିଜ୍‌ ଗାଡ଼ିଟିକୁ ଛାଡ଼ି ଦେଇଥିବାରୁ ଅନ୍ୟ ଜବତ ହୋଇଥିବା ମୋଟରସାଇକେଲ୍‌ର ମାଲିକମାନେ ହୋହାଲ୍ଲା କରିଥିଲେ।

ଏନେଇ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ଏଭଳି କୌଣସି ଗାଡ଼ି ଜବତ ହୋଇନାହିଁ କିମ୍ବା ଜବତ ହୋଇଥିବା ନେଇ ଥାନାରେ କୌଣସି ଅଭିଯୋଗ ନାହିଁ। ତେବେ ଶୁଣିବାକୁ ମିଳୁଛି ଯେ ଗାଡ଼ିଟି ଉପଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ ଛଡ଼ାଯାଇଛି। ଏ ନେଇ କାର୍ଯ୍ୟାଳୟରୁ ସଫେଇ ଦିଆଯାଇଛି ଯେ ଗାଡ଼ି ମାଲିକଙ୍କ ଖୋର୍ଦ୍ଧାରେ ଏକ କ୍ଷୀର କାରଖାନା ରହିଛି। ଏଣୁ ତାଙ୍କୁ ପାସ୍‌ ଦିଆଯାଇଥାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe