ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ମିଲେଟ୍‌ ମିସନ୍

Advertisment
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ମିଲେଟ୍‌ ମିସନ୍

ଚନ୍ଦ୍ରଶେଖରପୁର: ମାଣ୍ଡିଆ ଶସ୍ୟର ବ୍ୟବହାର ଓ ଏହାର ଉପକାରିତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ମିଲେଟ୍ ମିସନ ପାଳିତ ହୋଇଛି। ଏଥିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ସାରା ବିଶ୍ୱ ପାଇଁ ମାଣ୍ଡିଆର ଉପକାରିତା ରହିଛି। କମ୍ ଅର୍ଥ ବିନିଯୋଗରେ ଏହି ଚାଷ କରାଯାଇପାରୁଛି। ଚାଷରୁ କୃଷକମାନେ ଅଧିକ ଲାଭ ପାଇପାରିବେ। କମ୍‌ ଗ୍ଲାଇସେମିକ୍ ଇଣ୍ଡେକ୍ସଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ, ମଧୁମେହ ଓ ମେଦବହୁଳତାର ସରଳ ଉପଚାର, ଗ୍ରାମାଞ୍ଚଳର ଦାରିଦ୍ର‌୍ୟ ଦୂରୀକରଣ ଆଦି ବିଷୟରେ କହିଥିଲେ। ମାଣ୍ଡିଆ ଚାଷ ଓ ଏହାର ବ୍ୟବହାର ଦ୍ୱାରା ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ କରାଯାଇପାରିବ। ସ୍କୁଲର ଖାଦ୍ୟ ମେନ୍ୟୁରେ ପ୍ରତି ସପ୍ତାହରେ ଥରେ ମାଣ୍ଡିଆରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଜାଣି ସେ ଖୁସି ହୋଇଥିଲେ।

କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଗୋଟିଏ ଗ୍ଲାସ ମାଣ୍ଡିଆ ୩ ଗ୍ଲାସ କ୍ଷୀର ସହ ସମାନ। ରୋମରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମିଲେଟ୍ ଫୋରମ୍‌ରେ ସେ ରାଜ୍ୟର ମଡେଲ୍‌କୁ ନେଇ ପ୍ରତିନିଧିତ୍ୱ କରୁଥିବା ସୂଚନା ଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଯୋଗଦେଇ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ସବୁଜ ବିପ୍ଳବର ଅନ୍ୟତମ ବିକଳ୍ପ ଭାବେ ମିଲେଟ୍‌ ମିସନ୍‌କୁ ଅଧ୍ୟୟନ କରାଯାଉଥିବା ଓଡ଼ିଶାବାସୀଙ୍କ ଲାଗି ଖୁସିର ଖବର ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe