ଏକାମ୍ର କ‌େଲଜରେ ମିନି ଷ୍ଟାଡିୟମ୍‌ର ଶିଳାନ୍ୟାସ

Advertisment
ଏକାମ୍ର କ‌େଲଜରେ ମିନି ଷ୍ଟାଡିୟମ୍‌ର ଶିଳାନ୍ୟାସ

ଭୁବନେଶ୍ବର: ଏକାମ୍ର କଲେଜରେ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ହେବ। ଏଥିପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଷ୍ଟାଡିୟମ୍ ନିର୍ମାଣ ପାଇଁ ବହୁ ଦିନ ଧରି ଛାତ୍ରଛାତ୍ରୀ ମହଲରେ ଦାବି ହେଉଥିଲା। ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଷ୍ଟାଡିୟମ୍‌ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ଏକାମ୍ର କଲେଜରେ ୧୩ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ସ୍ବାଗତ ତୋରଣକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ‌େର ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ନନ୍ଦ, କଲେଜ ପରିଚାଳନା କମିଟି ସଦସ୍ୟା ମହାମାୟା ସ୍ବାଇଁ, ପୁଷ୍ପା ଦାସ, ମନ୍ଦାକିନୀ କର, କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ରଞ୍ଜିତ ମହାପାତ୍ର, ଅଧ୍ୟକ୍ଷ ବ‌ିନୋଦ ସାମନ୍ତରାୟ, ବରିଷ୍ଠ ଅଧ୍ୟାପକ ପରୀକ୍ଷିତ ଦାଶ, ମହେନ୍ଦ୍ର ଜେନା ଓ କ୍ରୀଡ଼ା ପ୍ରଶିକ୍ଷକ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe