ଡିଭାଇଡର୍‌ରେ ପିଟି ହୋଇ ଓଲଟିଲା ମିନିଟ୍ରକ୍‌: ଆହତ ଚାଳକଙ୍କୁ ଦଳିଦେଲା ଅଜଣା ଗାଡ଼ି

Advertisment

ଆଜି ରାତି ପ୍ରାୟ ୧୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଡିଭାଇଡର୍‌‌ରେ ପିଟି ହୋଇ ଏକ ମିନିଟ୍ରକ୍‌ ଓଲଟି ପଡ଼ିବା ପରେ ସେଥିରୁ ବାହାରି ଆସୁଥିବା ଆହତ ଚାଳକଙ୍କ ଉପରେ କୌଣସି ଅଜଣା ଗାଡ଼ି ମାଡ଼ିଯାଇଛି।

ଆଜି ରାତି ପ୍ରାୟ ୧୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଡିଭାଇଡର୍‌‌ରେ ପିଟି ହୋଇ ଏକ ମିନିଟ୍ରକ୍‌ ଓଲଟି ପଡ଼ିବା ପରେ ସେଥିରୁ ବାହାରି ଆସୁଥିବା ଆହତ ଚାଳକଙ୍କ ଉପରେ କୌଣସି ଅଜଣା ଗାଡ଼ି ମାଡ଼ିଯାଇଛି।

fsfvxbb

ଖଣ୍ଡଗିରି: ଆଜି ରାତି ପ୍ରାୟ ୧୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଡିଭାଇଡର୍‌‌ରେ ପିଟି ହୋଇ ଏକ ମିନିଟ୍ରକ୍‌ ଓଲଟି ପଡ଼ିବା ପରେ ସେଥିରୁ ବାହାରି ଆସୁଥିବା ଆହତ ଚାଳକଙ୍କ ଉପରେ କୌଣସି ଅଜଣା ଗାଡ଼ି ମାଡ଼ିଯାଇଛି। ଘଟଣାସ୍ଥଳରେ ମିନିଟ୍ରକ୍‌ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ମିନିଟ୍ରକ୍‌(ଓଡି୦୫-ଡବ୍ଲୁ-୨୧୮୪) କୁକୁଡ଼ା ଚିଆଁ ନେଇ କଟକରୁ ଖୋର୍ଦ୍ଧା ଦିଗରେ ଯାଉଥିଲା। ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ହଠାତ୍ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡର୍‌ ଉପରକୁ ଚଢ଼ିଯାଇଥିଲା ଏବଂ ଏକ ଖମ୍ବରେ ପିଟି ହୋଇ ଓଲଟି ପଡ଼ିଥିଲା। ଉକ୍ତ ଗାଡ଼ିର ଚାଳକ ଆହତ ହୋଇଥିଲେ ହେଁ କଷ୍ଟେମଷ୍ଟେ ରକ୍ତାକ୍ତ ଅବସ୍ଥାରେ ବାହାରକୁ ବାହାରିଆସିଥିଲେ। ସେ ବଞ୍ଚିବାକୁ ବହୁ ସଂଘର୍ଷ କରି ଭଙ୍ଗା ଗାଡ଼ି ଭିତରୁ ବାହାରିଆସିଥିଲେ। ମାତ୍ର ଏତିକିବେଳେ ପଛରୁ ଦ୍ରୁତବେଗରେ ଆସୁଥିବା ଏକ ଭାରୀଯାନ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଘଟଣାସ୍ଥଳରେ ହାଇୱା ଧକ୍କାରେ ୩ ପୁଲିସ କର୍ମଚାରୀ ଆହତ

ଦୁର୍ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ କରିବା ସହ ଓଲଟି ପଡ଼ିଥିବା ଗାଡ଼ିକୁ ସାଇଡ୍‌ କରୁଥିଲା। ଠିକ୍‌ ଏତିକିବେଳେ ବାଣୀବିହାର ଆଡ଼ୁ ଯାଉଥିବା ଏକ ଦ୍ରୁତଗାମୀ ହାଇୱା ସେଠାରେ ପୁଣି ଦୁର୍ଘଟଣା ଘଟାଇଥିଲା। ରାସ୍ତା ଉପରେ ପୁଲିସ କର୍ମଚାରୀଙ୍କୁ ଦେଖି ହାଇୱାଟି ବେଗ ବଢ଼ାଇ ଦେଇଥିଲା ଏବଂ ୩ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ପିସିଆର ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ,‌ କନେଷ୍ଟବଳ ମନୋଜ ମେହେର ଓ ଅନ୍ୟଜଣେ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଅଛି। ଖବର ପାଇଁ ଡିଜିପି ୱାଇ.ବି ଖୁରାନିଆ, ସିପି ଏସ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ପ୍ରମୁଖ ପହଞ୍ଚି ଆହତମାନଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe