ଲକଡାଉନ୍‌ରେ ନାବାଳିକା ଗଣଦୁଷ୍କର୍ମ ମାମଲା : ଓଟିଭି ଏଚ୍‌ଆର୍‌ ମୁଖ୍ୟଙ୍କୁ ସାଢ଼େ ୩ ଘଣ୍ଟା ଜେରା

Advertisment

ଏମ୍‌ଡିଙ୍କୁ ଅଭିଯୁକ୍ତ କରିବାକୁ ମହିଳା ଥାନାରେ ଦାବିପତ୍ର

ଏମ୍‌ଡିଙ୍କୁ ଅଭିଯୁକ୍ତ କରିବାକୁ ମହିଳା ଥାନାରେ ଦାବିପତ୍ର

ଦୁଷ୍କର୍ମକାରୀଙ୍କୁ ଏଣିକି କରାଯିବ ନପୁଂସକ, କ୍ୟାବିନେଟରେ ମିଳିଲା ଅନୁମୋଦନ

Free Press Journal

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାକୁ ୨୦ ଦିନ ବିତି ଯାଇଛି। କିନ୍ତୁ ପୁଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ। ଆଜି ଓଟିଭିର ମାନବସମ୍ବଳ (ଏଚ୍‌ଆର୍‌) ବିଭାଗୀୟ ମୁଖ୍ୟଙ୍କୁ ଦୀର୍ଘ ସାଢ଼େ ୩ ଘଣ୍ଟା ଧରି ମହିଳା ଥାନା ପୁଲିସ୍‌ ଜେରା କରିଛି। କେଉଁ ବିଷୟରେ ତାଙ୍କୁ ପଚରାଉଚରା କରାଯାଇଛି, ସେ ବାବଦରେ ପୁଲିସ ମୁହଁ ଖୋଲି ନ ଥିଲେ ମଧ୍ୟ ଟିଭିରେ ନାବାଳିକାଙ୍କର ପ୍ରୋମୋ ବାଜିବା ଓ ପୀଡ଼ିତାଙ୍କ ମା’ଙ୍କ ନିଯୁକ୍ତି ସମ୍ପର୍କ‌ରେ ପଚରାଉଚରା କରାଯାଇଥିବା କୁହାଯାଉଛି। ଏହାକୁ ମିଶାଇ ଏବେ ସୁଦ୍ଧା ଓଟିଭିର ୪ଜଣ କର୍ମଚାରୀଙ୍କୁ ଜେରା କରାଗଲାଣି। ଗତକାଲି ସହକାରୀ ଏଚ୍‌ଆର୍‌ ମ୍ୟାନେଜର୍‌ଙ୍କୁ ଜେରା କରାଯାଇଥିବା ବେଳେ ପୂର୍ବରୁ ଇନପୁଟ୍ ଏବଂ ଆଉଟପୁଟ୍ ମୁଖ୍ୟଙ୍କୁ ଜେରା ହୋଇଥିଲା।

ଅନ୍ୟପକ୍ଷରେ ଓଟିଭି ଏମ୍‌ଡି ଜାଗିମଙ୍ଗତ ପଣ୍ଡାଙ୍କୁ ଏହି ମାମଲାରେ ଅଭିଯୁକ୍ତ କରିବା ପାଇଁ ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓମେନ୍ସ ଫୋରମ୍ ଆଜି ଅପରାହ୍‌ଣରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛି। ନାବାଳିକାଙ୍କ ମା’ ଫୋନ୍‌ କରି ଓଟିଭି ଏମ୍‌ଡି ଶ୍ରୀମତୀ ପଣ୍ଡାଙ୍କ ସହ ଘଟଣା ସମ୍ପର୍କ‌ରେ କଥା ହୋଇଥିଲେ। ଗଣଦୁଷ୍କର୍ମ ଘଟଣାରେ ଓଟିଭି କର୍ମଚାରୀ ସମ୍ପୃକ୍ତ ଥିବା କହିବା ସହ ସେମାନଙ୍କ ନାଁ ନେଇଥିଲେ। ଫୋନ୍ ବାର୍ତ୍ତାଳାପର ଅଡିଓ ମଧ୍ୟ ଅଛି। କିନ୍ତୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଶ୍ରୀମତୀ ପଣ୍ଡା ଘଟଣାକୁ ଚାପି ଦେଇଥିବା ଅଭିଯୋଗ କରିଛି ଫୋରମ୍‌। ତାଙ୍କ ବିରୋଧରେ ପୋକ୍‌ସୋ ଆଇନର ଧାରା-୨୧ ଅନୁସାରେ ମାମଲା ରୁଜୁ କରିବା ଲାଗି ଫୋରମ୍ ଅଧ୍ୟକ୍ଷା ମହିଳା ମମତା ସାମନ୍ତରାୟ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe