ନାବାଳିକା ଅପହରଣକୁ ୨ମାସ ପୂରିଲା, ଖୋର୍ଦ୍ଧା ସିଡିପିଓଙ୍କ ଦ୍ବାରସ୍ଥ ହେଲେ ମା’

Advertisment
ରାଜଧାନୀରେ ଆଲୋଡ଼ନ: ମାସେ ହେଲା ଯୁବତୀଙ୍କ ପତ୍ତା ମିଳୁନି

today.ng

ଭୁବନେଶ୍ବର : ମା’ ସହ ମାମୁ ଘରକୁ ବୁଲିବାକୁ ଆସିଥିଲେ ନାବାଳିକା। ହେଲେ ଘର ମାଲିକର ପୁଅ ଅପହରଣ କରି ଅଜ୍ଞାତ ସ୍ଥାନରେ ରଖିବା ପରେ ମନ୍ଦିରରେ ବାହା ହୋଇଗଲା। ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା’। ମାତ୍ର ଅପହରଣକୁ ଦୁଇମାସ ପୂରିଥିବା ବେଳେ ଅଭିଯୋଗକୁ ମାସେ ବିତିଲାଣି। ଅଥଚ ପୁଲିସର ଅବହେଳା ଯୋଗୁଁ ତାଙ୍କ ୧୪ବର୍ଷୀୟା ଝିଅ ୨ମାସ ହେଲା ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛି ବୋଲି ଦର୍ଶାଇ ମା’ ଖୋର୍ଦ୍ଧା ସିଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।

କେତେବେଳେ ତଦନ୍ତକାରୀ ଅଧିକାରୀ ଆସିନାହାନ୍ତି ବୋଲି କହୁଛନ୍ତି ତ’ ଆଉ କେତେବେଳେ ଆସନ୍ତାକାଲି ଧରାପଡ଼ିଯିବ ବୋଲି ଭରସା ଦେଉଛନ୍ତି। ମାତ୍ର ଝିଅ କୁଆଡ଼େ ଯାଇଛି ତା’ର ଟେର୍ ପୁଲିସ ପାଉନି ବୋଲି ନାବାଳିକାର ମା’ ସିଡିପିଓଙ୍କୁ ଅଭିଯୋଗ କରିଛନ୍ତି। ନାବାଳିକାର ମା’ଙ୍କ କହିବାନୁଯାୟୀ, ସେ ତାଙ୍କ ଝିଅ ସହ ହୀରାକୁଦରେ ରହନ୍ତି। ୨ମାସ ତଳେ ବାପଘରକୁ ଆସିଥିବା ବେଳେ ଭଡ଼ାରେ ରହୁଥିବା ଘର ମାଲିକ ପୁଅ ଝିଅକୁ ଉଠାଇ ନେଇଥିଲା। ପ‌େର ଅଜ୍ଞାତ ସ୍ଥାନରେ ପରିବାର ଲୋକଙ୍କ ସହଯୋଗରେ ଝିଅକୁ ବାହା ମଧ୍ୟ ହୋଇ ଯାଇଥିଲା। ଏନେଇ ଭରତପୁର ଥାନାରେ ଅଗଷ୍ଟ ୩୦ତାରିଖରେ ସେ ଅଭିଯୋଗ କରିଥିଲେ। ଅଥଚ ପୁଲିସ ଅଭିଯୁକ୍ତ ଓ ତା’ ପରିବାର ଲୋକଙ୍କୁ ଅନୁକମ୍ପା ଦେଖାଇ ପୁଲିସ ଗିରଫ କରୁନଥିବା ସେ ସିଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି। ତାଙ୍କ ମା’ଙ୍କ ସହିତ ଆଇଏଚ୍‌ଆର୍‌ସିର ଶଶାଙ୍କ ଶେଖର ପଣ୍ଡା, ଶିବସୁନ୍ଦର ସ୍ବାଇଁ, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe