ଲକ୍‌ଡାଉନ୍‌ରେ ନାବାଳିକା ଗଣଦୁଷ୍କର୍ମ ଘଟଣା : ଚିହ୍ନଟ ହୋଇପାରିଲେନି ଅଭିଯୁକ୍ତ ପୁଲିସ

ରିପୋର୍ଟ ଦାଖଲ ପାଇଁ ସମୟ ନେଲା ପୁଲିସ, ମାମଲାକୁ ବିତିଲା ଦୁଇ ସପ୍ତାହ

ଲକ୍‌ଡାଉନ୍‌ରେ ନାବାଳିକା ଗଣଦୁଷ୍କର୍ମ ଘଟଣା : ଚିହ୍ନଟ ହୋଇପାରିଲେନି ଅଭିଯୁକ୍ତ ପୁଲିସ

image source-- the week

ଭୁବନେଶ୍ୱର : ରାଜଧାନୀରେ ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ ଶେଷ ହୋଇଛି। ସେ କିଛି ଅଭିଯୁକ୍ତଙ୍କ ନାଁ ସିଧାସଳଖ ନେଇଛନ୍ତି। ଯେଉଁଥିରେ ଏକ ଟିଭି ଚ୍ୟାନେଲ କର୍ମଚାରୀଙ୍କ ସହ ପୁଲିସ ମଧ୍ୟ ରହିଛନ୍ତି। ମାମଲା ରୁଜୁକୁ ଦୁଇ ସପ୍ତାହ ବିତି ଗଲାଣି। କିନ୍ତୁ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ ପୁଲିସ। ପୀଡ଼ିତା ସମ୍ପୃକ୍ତ ଟିଭି ଚ୍ୟାନେଲ କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରାଙ୍କ ନାଁ କହି ସାରିଛନ୍ତି। ପୀଡ଼ିତା ନାବାଳିକାଙ୍କ ମା’ ମଧ୍ୟ ଟିଭି ଚ୍ୟାନେଲ ଏମଡିଙ୍କ ସହ ଟେଲିଫୋନରେ କରିଥିବା ବାର୍ତାଳାପରେ ଅଭିଯୁକ୍ତଙ୍କ ନାଁ କହିଥିଲେ। ଭାଇରାଲ ହୋଇଥିବା ଅଡିଓ ଟେପରୁ ଏହା ଜଣାପଡୁଛି। ଏହା ସହ ତାଙ୍କ ଘର ପାଖରେ ଲାଗିଥିବା ରେଲୱେ କର୍ମଚାରୀଙ୍କ ସିସିଟିଭି କ୍ୟାମେରାରେ ପ୍ରମାଣ ରହିଥିବା ମଧ୍ୟ କହିଥିଲେ। ସେହିପରି ପୀଡ଼ିତା ନାବାଳିକା ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରିବା ସହ ତାଙ୍କ ନାଁ ସୁବାସ ମିଶ୍ର ଓ ରାଉରକେଲାରେ କାର୍ଯ୍ୟରତ ବୋଲି କହିଥିଲେ। କିନ୍ତୁ ଏଯାଏଁ ସମ୍ପୃକ୍ତ ପୁଲିସ କର୍ମଚାରୀ କିମ୍ବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରି ନାହିଁ ତଦନ୍ତକାରୀ ଟିମ୍।

ଅନ୍ୟପକ୍ଷରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରିପୋର୍ଟ ମାଗିବା ଘଟଣାକୁ ୪୮ଘଣ୍ଟା ବିତି ଯାଇଛି। ଆଉ କିଛି ତଦନ୍ତ ବାକି, ବୟାନ ରେକର୍ଡ ଆଦି ବାକି ଥିବାରୁ ଅଧିକ ତିନି ଦିନ ସମୟ ମାଗିଛି କମିସନରେଟ ପୁଲିସ। ଟିଭି ଚ୍ୟାନେଲ ଏମଡିଙ୍କୁ ଜବାବ ଦାଖଲ ପାଇଁ କୁହା ଯାଇଥିବା ବେଳେ ସେ ଦାଖଲ କରିଛନ୍ତି କି ନାହିଁ କିମ୍ବା ସମୟ ମାଗିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଆଜି ଓ ଆସନ୍ତାକାଲି ଅଫିସ ଛୁଟି ଥିବାରୁ ସୋମବାର ଜଣାପଡ଼ିବ ବୋଲି ଆୟୋଗ ପକ୍ଷରୁ ଜଣାପଡ଼ିଛି।

ଡିସିପି ଉମାଶଙ୍କର ଦାଶ କହିଛନ୍ତି ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି। କିଛି କାଗଜପତ୍ର ଯାଞ୍ଚ କରା ଯାଇଥିବା ବେଳେ ଆଉ କିଛି ଜବତ କରାଯାଇଛି। ଗୋଟିଏ ପଟେ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଦୁଇ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବେହେରା ଓ ଅନିରୁଦ୍ଧ ପଣ୍ଡା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe