ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଓଏଏସ୍ ଅଫିସର୍‌ଙ୍କ ଶ୍ୱଶୁର ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ୱର : ରାଜଧାନୀରେ ଓଏଏସ୍ ଅଫିସର୍‌ ତଥା ବିଏମ୍‌ସିର ଡେପୁଟି ଜୋନାଲ କମିସନର୍‌ ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଯାଜପୁର ପୁଲିସର ସ୍ବତନ୍ତ୍ର ଟିମ୍ ଆଜି ବିଳମ୍ବିତ ରାତିରେ ପ୍ରମୋଦଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟିଙ୍କୁ ଗିରଫ କରିଛି। ତାଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ପରେ ତାଙ୍କର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ତଦନ୍ତକାରୀ ଟିମ୍ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାରୁ କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ନାବାଳିକାଙ୍କୁ ଘରେ କାମ କରାଇବା ଶିଶୁ ଶ୍ରମିକ ଆଇନ ଅନୁସାରେ ଅପରାଧ ହୋଇଥିବାରୁ ଓଏଏସ୍ ଅଫିସର ପ୍ରମୋଦଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସେହିପରି ନାବାଳିକାଙ୍କୁ ଆଣି କାମରେ ଲଗାଇଥିବା ଦଲାଲ ବ୍ରହ୍ମାନନ୍ଦ ଜେନାକୁ ମଧ୍ୟ ପୁଲିସ ଖୋଜୁଛି।

ସୂଚନାଯୋଗ୍ୟ, ଶୈଳଶ୍ରୀ ବିହାରରେ ରହୁଥିବା ପ୍ରମୋଦଙ୍କ ଘରେ ନାବାଳିକା ଦୁଇ ବର୍ଷ ହେଲା କାମ କରୁଥିଲା। ପ୍ରାୟ ୫ମାସ ତଳେ ପ୍ରଫୁଲ୍ଲ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗତ ୧ ତାରିଖରେ ପୀଡ଼ିତାଙ୍କ ମା’ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe