ନାବାଳିକା ଦୁଷ୍କର୍ମକ‌ାରୀକୁ ୨୦ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ଭୁବନେଶ୍ବର ଫା‌ଷ୍ଟ ଟ୍ରା‌କ୍ ସ୍ବତନ୍ତ୍ର କୋର୍ଟ (ପୋ‌କ୍ସୋ) ବିଚାରପତି ସରୋଜ କୁମାର ସାହୁ ଆସାମୀ ବିଶ୍ବଜିତ ସେଠୀ ଓରଫ ଚିକୁନ(୨୪)କୁ ପୋକ୍‌ସୋ ଆଇନର ଧାରା-୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କ‌ାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

jail

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ଭୁବନେଶ୍ବର ଫା‌ଷ୍ଟ ଟ୍ରା‌କ୍ ସ୍ବତନ୍ତ୍ର କୋର୍ଟ (ପୋ‌କ୍ସୋ) ବିଚାରପତି ସରୋଜ କୁମାର ସାହୁ ଆସାମୀ ବିଶ୍ବଜିତ ସେଠୀ ଓରଫ ଚିକୁନ(୨୪)କୁ ପୋକ୍‌ସୋ ଆଇନର ଧାରା-୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କ‌ାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୨ ମସିହା ଜାନୁଆରି ୧୪ ତାରିଖ ଦିନ ଏକ ୯ ବର୍ଷର ଝିଅ ଅଭିଯୁକ୍ତ ବିଶ୍ବଜିତ ସେଠୀର ଘର ପଛରେ ଥିବା ନଳକୂପକୁ ଗାଧୋଇବାକୁ ଯାଇଥିଲା। ସେହି ସମୟରେ, ଅଭିଯୁକ୍ତ ନାବାଳିକା ପୀଡିତାଙ୍କ ପାଟି ବନ୍ଦ କରି ଜୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା‌। ଏହା ପରେ, ନାବାଳିକା ଘରକୁ ଫେରି ତାଙ୍କ ବାପାଙ୍କୁ ଘଟଣା ବିଷୟରେ କହିଥିଲେ। ନାବାଳିକାର ବାପା ତୁରନ୍ତ ଅଭିଯୁକ୍ତର ଘରକୁ ଯାଇଥିଲେ। କିନ୍ତୁ ତାଙ୍କୁ ଦେଖ‌ିବା ମାତ୍ରେ ଅଭିଯୁକ୍ତ ସେଠାରୁ ଖସି ପଳାଇ ଯାଇଥିଲା। ପୀଡିତା ନାବାଳିକାଙ୍କୁ ପରିବାର ଲୋକେ ଅଠାନ୍ତରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ପ‌ରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ରେଫର କରାଯାଇଥିଲା। ଏନେଇ ବାଲିପାଟଣା ଥାନାରେ ମାମଲା ରୁଜୁ ପରେ ଏହାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି,  ଅଦାଲତ ଘଟଣା ସହିତ ସଂପୃକ୍ତ ୧୬ ଜଣ ସାକ୍ଷୀ ଏବଂ ୬୦ଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଆସାମୀ ବିଶ୍ବଜିତ ସେଠୀକୁ ପୋକ୍‌ସୋ ଆଇନର ଧାରା-୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏତତବ୍ୟତୀତ ଅଦାଲତ, ନାବାଳିକା ପୀଡିତାଙ୍କ ସହିତ ହୋଇଥିବା ଶାରୀରିକ ଏବଂ ମାନସିକ ଆଘାତକୁ ବିଚାର କରି, ସିଆର୍‌ପିସିର ଧାରା ୩୭୫-ଏ ଆଧାରରେ ତ‌ଥା ଓଡ଼ିଶା ପୀଡିତା କ୍ଷତିପୂରଣ ଯୋଜନା ଅନୁଯାୟୀ କ୍ଷତିପୂରଣ ରାଶି ବାବଦକୁ ୪ଲକ୍ଷ ଟଙ୍କା ଯୋଗାଇ ଦେବାପାଇଁ ଖୋଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe