ନାବାଳିକା ଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ, ୬୦ହଜାର ଜରିମାନା

ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଭୁବନେଶ୍ବର : ସ୍ଥାନୀୟ ତମାଣ୍ଡୋ ଥାନା କଳିଙ୍ଗବିହାରରେ ନାବାଳିକାଙ୍କୁ ବ୍ଲାକମେଲ୍‌ କରି ଦୁଷ୍କର୍ମ ଘଟଣାର ରାୟ ୪ବର୍ଷ ପରେ ଆସିଛି। ଭୁବନେଶ୍ବରର ଫାଷ୍ଟ୍ ଟ୍ରାକ୍ ସ୍ପେସାଲ୍ କୋର୍ଟ(ପୋକ୍‌ସୋ)ର ବିଚାରପତି ମୁରଲୀଧର ପ୍ରଧାନ ୨ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ୬୦ ହଜାର ଟଙ୍କା ଜରିମାନା ଦେବାକୁ କହିଛନ୍ତି। ଜରିମାନା ଅନାଦାୟ ଦଣ୍ଡାଦେଶ ଆଉ ବର୍ଷେ ବୃଦ୍ଧି ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ୨ ଦୁଷ୍କର୍ମକାରୀ ହେଲେ ଖୋର୍ଦ୍ଧା ଦେଉଳିପାଟଣା ଗାଁର ବିନୋଦ ଚନ୍ଦ୍ର ସାହୁ ଓରଫ ପିଣ୍ଟୁ(୩୯) ଓ କଟକ ଆଠଗଡ଼ସ୍ଥିତ ବେଣ୍ଟପଡ଼ାର ପବିତ୍ର ପଣ୍ଡା(୪୨)। ଦୁଷ୍କର୍ମ ପୀଡ଼ିତାଙ୍କୁ ସିଆର୍‌ପିସି ୩୫୭-ଏ ଆଧାରରେ ୭ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଫାଷ୍ଟ୍‌ଟ୍ରାକ୍ ସ୍ପେସାଲ୍ କୋର୍ଟର ସ୍ବତନ୍ତ୍ର ପିପି ରାଜୀବ ସାସମଲ୍ ମାମଲାର ପରିଚାଳନା କରିଥିଲେ। ଅପରପକ୍ଷରେ ଦୁଷ୍କର୍ମ ମାମଲାର ତୃତୀୟ ଅଭିଯୁକ୍ତ ସନ୍ତୋଷ ସାହୁ ଫେରାର ଅଛି।

ସୂଚନାଯୋଗ୍ୟ, ୨୦୧୮ରେ ଚାଇଲ୍ଡଲାଇନ୍ ସଂଯୋଜକ ରୁଲିନା ପାତ୍ର ଖୋର୍ଦ୍ଧା ଚାଇଲ୍ଡ ୱେଲଫେୟାର୍ କମିଟି ସହଯୋଗରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ନାବାଳିକା ଜଣକ ତାଙ୍କ ବଡ଼ବାପାଙ୍କ ପରିବାର ସହିତ ୨୦୧୫ ମସିହାରୁ କଳିଙ୍ଗବିହାରରେ ରହି ଆସୁଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ପଡ଼ୋଶୀ ବିନୋଦ ଚନ୍ଦ୍ର ସାହୁ ତାଙ୍କ ଫଟୋ ଉଠାଇ ବ୍ଲାକମେଲ୍ କରିଥିଲା। ଫଟୋ ଡିଲିଟ୍ କରିବା ପାଇଁ ବିନୋଦ ନାବାଳିକାଙ୍କୁ ତାଙ୍କ ଘରକୁ ଡାକି ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କହିଥିଲା। ଏକଥା ଶୁଣି ନାବାଳିକା ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବିନୋଦ ତାଙ୍କୁ ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟର ଦୃଶ୍ୟକୁ ବିନୋଦ ଗୁପ୍ତ କ୍ୟାମେରାରେ ରେକର୍ଡ କରିନେଇ ବାରମ୍ବାର ବ୍ଲାକମେଲ କରି ଦୁଷ୍କର୍ମ କରିଥିଲା। ଏଥିସହିତ ବିନୋଦ ତା’ର ୨ଜଣ ସାଙ୍ଗ ପବିତ୍ର ଓ ସନ୍ତୋଷଙ୍କୁ ମଧ୍ୟ ଘରକୁ ଡାକି ନାବାଳିକାଙ୍କୁ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ନାବାଳିକା ଜଣକ କ୍ୟାପିଟାଲ ହସ୍ପିଟାଲସ୍ଥିତ ସଖୀ-ଵାନ୍ ଷ୍ଟପ୍ ସେଣ୍ଟର୍‌ର ଦ୍ବାରସ୍ଥ ହୋଇଥିଲେ। ୨୦୧୮ ମାର୍ଚ୍ଚ ୧୪ରେ ତମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe