ନାବାଳିକାକୁ ଦୁଷ୍କର୍ମ, ଥାନାରେ ମାମଲା ରୁଜୁ

Advertisment
ରାଜଧାନୀରେ ଚାଞ୍ଚଲ୍ୟ: ନାକା ଗେଟ୍ ନିକଟରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ବର : ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରାଯାଇଛି। ଏ ନେଇ ପୀଡ଼ିତା ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ବିବାହ କରିବାର ପ୍ରତାରଣା ଦେଇ ଗର୍ଭପାତ ମଧ୍ୟ କରାଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି।

ଖବର ଅନୁଯାୟୀ, ନାବାଳିକା ଭରତପୁର ଥାନା ଅଞ୍ଚଳର ଏକ ବସ୍ତିରେ ରୁହନ୍ତି। ତାଙ୍କ ପଡ଼ୋଶୀ ତପନ କୁମାର ଦିଗାଲଙ୍କ ସହ ଗତବର୍ଷ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏହା ପରେ ତପନ ତାଙ୍କ ସହିତ ନିୟମିତ ବ୍ୟବଧାନରେ ଶାରୀରିକ ସଂପର୍କ ରଖିଥିଲେ। ଏହି କ୍ରମରେ କିଛି ମାସ ତଳେ ନାବାଳିକା ଗର୍ଭବତୀ ହୋଇଥିଲେ। ଏନେଇ ସେ ତପନଙ୍କୁ କହିବା ସହିତ ବିବାହ କରିବା କଥା ଉଠାଇଥିଲେ। ଗର୍ଭବତୀ ଅବସ୍ଥାରେ ପରିବାର ଲୋକେ ବିବାହ ପାଇଁ ରାଜି ହେବେ ନାହିଁ ବୋଲି ତପନ କହିଥିଲେ। ତେଣୁ ଗର୍ଭପାତ ନ କଲେ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇଥିଲେ। ତେଣୁ ଇଚ୍ଛା ନଥିବା ସତ୍ତ୍ବେ ନାବାଳିକା ବାଧ୍ୟ ହୋଇ ଗର୍ଭପାତ କରାଇଥିଲେ। ଗର୍ଭପାତ କରାଇବା ପରେ ତପନ ଆଉ ନାବାଳିକାଙ୍କୁ ଧରାଛୁଆଁ ଦେଇନଥିଲେ। ପରେ ଅଭିଯୋଗକୁ କେନ୍ଦ୍ର କରି ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe