ଭୁବନେଶ୍ୱର: ବିଜ୍ଞାନ ସହ ଆଧ୍ୟାତ୍ମିକତାର ସଂଯୋଗ ଓ ସମନ୍ଵୟ ପ୍ରତିଷ୍ଠା ହୋଇପାରିଲେ, ଏହା ବିଶ୍ୱକଲ୍ୟାଣ ପାଇଁ ବିଶେଷ ଉପକାରୀ ହୋଇପାରିବ। ବିଜ୍ଞାନର ଅଗ୍ରଗତି ସହିତ ଆତ୍ମିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ ପରାମର୍ଶ ଦେଇଛନ୍ତି। ଆଜି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ନବ ଉନ୍ମେଷ କକ୍ଷ ଓ ଦର୍ପଣ ଯାଦୁ ପ୍ରଦର୍ଶନଶାଳାକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର୍ ଲାଲ କହିଲେ, ପ୍ରକୃତି କୋଳରୁ ନବ ଉନ୍ମେଷର ପ୍ରେରଣା ମିଳେ। ପ୍ରକୃତି ମଣିଷର ଚିନ୍ତା ଓ ଚେତନାକୁ ପରିପୃଷ୍ଟ କରେ। ତେଣୁ ପ୍ରକୃତିର ବିଭବ ଓ ବିଚିତ୍ରତା ଭାବକୁ ଆତ୍ମସ୍ଥ କରିବା ଏକାନ୍ତ ଜରୁରୀ। ବାହ୍ୟଜଗତ ଓ ଅନ୍ତର୍ଜଗତ ମଧ୍ୟରେ ସଂହତି ପ୍ରତିଷ୍ଠା ହିଁ ଆଜିର ଆବଶ୍ୟକତା ବୋଲି କହିଥିଲେ। ଏହା ସହିତ କହିଛନ୍ତି ଯେ ବିଜ୍ଞାନକୁ ବୁଝିବାକୁ ହେଲେ ପ୍ରଥମେ ନିଜକୁ ବୁଝିବାକୁ ପଡ଼ିବ। ଅନ୍ତର ଭିତରେ ଯାହା ପ୍ରତିଫଳିତ ହୁଏ, ତାହା ହିଁ ହେଉଛି ଦର୍ପଣ। ଏହି ଅବସରରେ ଗଣିତ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ମିଶ୍ର, ଭୁବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ରତ୍ନମ ଭି.ରାଜକୁମାର, ବିର୍ଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମ୍ୟୁଜିୟମର ନିର୍ଦ୍ଦେଶକ ସେକ୍ ଇ.ଇସ୍ଲାମ୍, କ୍ୟୁରେଟର ଶୁଭାଶିଷ ଦାସ ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଅମିତ୍ କୁମାର ମଣ୍ଡଲ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଗ୍ୟାଲେରିରେ ବିଭିନ୍ନ ପ୍ରଦର୍ଶନ ତଥା: ସ୍ୱକୈନ୍ଦ୍ରିକ ଦର୍ପଣ, ବକ୍ର ସୁଡ଼ଙ୍ଗ, କୁହୁକ ଦର୍ପଣ, ମରୀଚିକା, ମୋ ଆଡ଼କୁ ସମସ୍ତ ଚକ୍ଷୁ, ତ୍ରୈମାତ୍ରିକ ଆନାମର୍ଫୋସିସ୍, ଯାଦୁ ଦର୍ପଣ, ଉପବୃତ୍ତାକାର ଦର୍ପଣ ପ୍ରାଚୀର, ଫଟୋ ମୋଜାଇକ୍, ମାୟା ପଥ, ଅନନ୍ତ ରେଳଗାଡ଼ି, ପ୍ରତିଫଳନ ଆଦି ଯାଦୁ ଦର୍ପଣ ଗ୍ୟାଲେରିରେ ଏହି ଚମତ୍କାର ଦୁନିଆକୁ ଉପଭୋଗ କରିପାରିବେ। ଯାହା ଶିକ୍ଷା ଓ ମନୋରଞ୍ଜନକୁ ଅନୁପମ କ୍ରିୟାପୂର୍ଣ୍ଣ ଉପାୟରେ ଯୋଡ଼ି ଦର୍ଶକମାନଙ୍କୁ ଏକ ଅଭୁଲା ଓ ମଧୁର ଶୈକ୍ଷିକ ଅନୁଭୂତି ରୂପେ ଭେଟି ଦିଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us