ଯାତ୍ରୀଙ୍କୁ ଦୁର୍ବ୍ୟବହାର, ଅଟୋ ଚାଳକ ଅଟକ

Advertisment
ଯାତ୍ରୀଙ୍କୁ ଦୁର୍ବ୍ୟବହାର, ଅଟୋ ଚାଳକ ଅଟକ

ପୁରୁଣା ଭୁବନେଶ୍ୱର: ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଅଟୋ ଚାଳକକୁ ବଡ଼ଗଡ଼ ଥାନା ପୁଲିସ ଅଟକ ରଖିଛି। ଅଟକ ଯୁବକ ଜଣକ ହେଲା ଜଗତସିଂହପୁର ନାରାୟଣପାଟଣାର ଏସ୍‌. ରେଡ୍ଡୀ (୩୫)। ସେ ରାଜମହଲ ଛକଠାରେ ରହି ଅଟୋ ଚଳାନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜମହଲ ଛକଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଏକ ଅଟୋରେ କିଛି ମହିଳା ଓ ପୁରୁଷ ଯାଇଥିବା ବେଳେ ଅଟୋ ଚାଳକ ନିଶାସକ୍ତ ଅବସ୍ଥାରେ ଯାତ୍ରୀଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିଥିଲା। ଏନେଇ ଯାତ୍ରୀମାନେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ପରେ ବଡ଼ଗଡ଼ ଥାନା ପିସିଆର୍‌ ସେଠାରେ ପହଞ୍ଚି ଅଟୋ ଚାଳକକୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe