ଭୁଲ ମାଗିଲେ ସିକ୍ୟୁରିଟି ଗାର୍ଡ

Advertisment

କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଟ୍ରମା କେୟାର ସେଣ୍ଟର ପାଇଁ ବାଟ ଫିଟିଲା, କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

Kalinga TV

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜି ଅପରାହ୍‌ଣରେ ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ହସ୍ପିଟାଲର ଅଧୀକ୍ଷକଙ୍କ ନିକଟକୁ ଆସିଥିବା ସମୟରେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଅସଦାଚରଣ କରିଥିବା ମହିଳା ଅଭିଯୋଗ କରିଥିଲେ। ତେବେ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଏଥିପାଇଁ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ଦିନ ୩ଟା ପୂର୍ବରୁ ଜଣେ ମହିଳା ହସ୍ପିଟାଲକୁ ଚିକିତ୍ସା ପାଇଁ ପାଇଁ ଆସିଥିଲେ। ବହିର୍ବିଭାଗରେ ଥିବା ଡାକ୍ତରଙ୍କୁ ଦେଖାଇବା ପରେ ପ୍ରେସକ୍ରିପସନ୍‌ରେ ଆଉ ଏକ ଇଞ୍ଜେକସନ୍‌ ଲେଖା ନ ଥିବାରୁ ସେ ଅଧୀକ୍ଷକଙ୍କ ନିକଟକୁ ଆସିଥିଲେ। ତେବେ ଅଧୀକ୍ଷକଙ୍କୁ ପରେ ଦେଖା କରିବା ପାଇଁ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ କହିଥିଲେ। ତେବେ ଏହି ସମୟରେ ସେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ସେ ସେ ସମୟରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଡକାଇଥିଲେ। ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ ଏହି  ସମୟରେ ମହିଳା ଜଣକ ତାଙ୍କୁ ମାଡ଼ ମାରିବାକୁ ଉଦ୍ୟତ ହୋଇଥିଲେ। ଏହି ସମୟରେ ସେଠାରେ ଥିବା ଲୋକମାନେ ତାଙ୍କୁ ଅଟକାଇଥିଲେ। ପରବର୍ତୀ ସମୟରେ ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ ବୁଝାସୁଝା କରିବାରେ ସଫଳ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦେଶକ ଡା.ଏମ୍‌ଆର ଦାସ କହିଲେ, ତାଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ହୋଇନାହିଁ। ଏଭଳି ଏକ ଅଭିଯୋଗ ଶୁଣିବା ପରେ ସେ ସିକ୍ୟୁରିଟି ଗାର୍ଡଙ୍କୁ ଡକାଇଥିଲେ। ମାତ୍ର ସେ ଏଭଳି କୌଣସି କାର୍ଯ୍ୟ କରିଥିବା ମନା କରିଥିଲେ। ତଥାପି ତାଙ୍କୁ ଭୁଲ ମାଗିବା ପାଇଁ ବ୍ୟା କରାଯାଇଥିଲା ଓ ସେ ଭୁଲ ମାଗିଥିଲେ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe