ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ

Advertisment
ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର : ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ତା ନାଁ ବିଶ୍ୱଜିତ ପଣ୍ଡା। ଘର ସହିଦନଗର ବିର୍ସାମୁଣ୍ଡା ବସ୍ତିରେ। ମିଳିଥିବା ସୂଚନାନୁଯାୟୀ ସକାଳ ଯୁବତୀ ଜଣକ ଟ୍ୟୁସନ ଯାଉଥିବା ବେଳେ ବିଶ୍ୱଜିତ ନିଶାସକ୍ତ ଅବସ୍ଥାରେ ତାଙ୍କୁ ରାସ୍ତା ଉପରେ ଅସଦାଚରଣ କରିଥିଲା। ଯୁବତୀ ଜଣକ ବଡ଼ ପାଟିରେ ଚିତ୍କାର କରିବାରୁ ପାଖରେ ଥିବା କିଛି ଲୋକ ବିଶ୍ୱଜିତକୁ କାବୁ କରି ସହିଦନଗର ଥାନାକୁ ଫୋନ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱଜିତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe