ନର୍ସି˚ କଲେଜରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର, ମାଲିକ ଥାନାରେ ଅଟକ

Advertisment
ନର୍ସି˚ କଲେଜରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର, ମାଲିକ ଥାନାରେ ଅଟକ

ଖଣ୍ତଗିରି: ସ୍ଥାନୀୟ ଭରତପୁରସ୍ଥିତ ଏକ ଘରୋଇ ନର୍ସି˚ କଲେଜରେ ଛାତ୍ରୀମାନଙ୍କୁ କରାଯାଉଥିବା ଦୁର୍ବ୍ୟବହାରକୁ ନେଇ ରବିବାର ସେଠାରେ ତୁମୁଳକାଣ୍ତ ଘଟିଛି। ଉତ୍ତ୍ୟକ୍ତ ଛାତ୍ରୀମାନେ ମିଳିତଭାବେ କଲେଜ ମାଲିକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଖଣ୍ତଗିରି ଥାନା ପୁଲିସ ମାଲିକ କୋଦଣ୍ତଧର ସାହୁ ଓରଫ୍‌ ସୁନୀଲଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଅପରପକ୍ଷେ ଛାତ୍ରଛାତ୍ରୀମାନେ ମାଲିକଙ୍କ ଗିରଫ ଦାବିରେ ଥାନାରେ ଧାରଣା ଦେଇଛନ୍ତି। ଏହି ମାମଲାରେ କିଛି ମହିଳା ସ˚ଗଠନ ଓ ସାମାଜିକ କର୍ମୀମାନେ ଛାତ୍ରୀମାନଙ୍କ ପାଇଁ ଅଣ୍ଟା ଭିଡ଼ିଥିବାରୁ ଘଟଣାକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି।

ସୂଚନାନୁସାରେ ଭରତପୁରରେ ଇନ୍ଦିରା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ତ ରିସର୍ଚ୍ଚ ନାମରେ ଏକ ନର୍ସି˚ ଶିକ୍ଷାନୁଷ୍ଠାନ ରହିଛି। ବଷିର୍କିଆ ପାଥୋଲୋଜି କୋର୍ସ ପାଇଁ ସେଠାରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ କଲେଜକୁ କୌଣସି ସରକାରୀ ସ୍ବୀକୃତି ମିଳିନାହିଁ। ଅଥଚ ମିଛ କହି ସେମାନଙ୍କଠାରୁ ନାମଲେଖା ଫି’ ବାବଦରେ ୧୮ ହଜାର ଟଙ୍କା ନିଆଯାଇଛି ଓ ହଷ୍ଟେଲରେ ରହଣି ବାବଦରେ ମାସିକ ୨୫ ଶହ ଟଙ୍କା ନିଆଯାଉଛି। ଖାଇବା ପିଇବାଠାରୁ ରହିବା ପର୍ଯ୍ୟନ୍ତ ସବୁଥିରେ ଘୋର ଅବ୍ୟବସ୍ଥା। ଏମିତିକି ସେମାନଙ୍କୁ ତଳମହଲାର କିଚେନ୍‌ ଭିତରେ ମଧୢ ରଖାଯାଇଛି। ମୋଟ୍‌ ୬୦ ଜଣ ପିଲାଙ୍କୁ ଏମିତିଭାବେ ଛୋଟଛୋଟ ରୁମ୍‌ରେ ଖୁନ୍ଦିଖାନ୍ଦି ହୋଇ ରହିବାକୁ ବାଧୢ କରାଯାଉଛି। ମାଲିକ ସୁନୀଲ ଛାତ୍ରୀମାନଙ୍କୁ ଯୌନଶୋଷଣ କରିବାକୁ ଉଦ୍ୟମ କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ମାଲିକଙ୍କ ଏହି କଳା କାର‌୍‌ନାମା ଜଣାପଡ଼ିଛି ଓ କଲେଜ ବାବଦରେ ବହୁ ତଥ୍ୟ ପଦାକୁ ଆସିଛି। ତେଣୁ ମାଲିକ ସୁନୀଲ ସେମାନଙ୍କ ଟଙ୍କା ଫେରସ୍ତ କରନ୍ତୁ ଓ ଶିକ୍ଷା ନାମରେ ଠକିଥିବାରୁ ପୁଲିସ ତାଙ୍କୁ ଗିରଫ କରୁ ବୋଲି ସେମାନେ ଦାବି କରିଛନ୍ତି। ଏନେଇ ଖଣ୍ତଗିରି ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ ସୁନୀଲ ଓରଫ୍‌ କୋଦଣ୍ତଧରଙ୍କୁ ପଚରାଉଚରା ଚାଲିଛି ଓ ତାଙ୍କ କଲେଜର ସ୍ବୀକୃତିପତ୍ର ସମତେ ଅନ୍ୟାନ୍ୟ ରେକର୍ଡପତ୍ର ସବୁ ଯାଞ୍ଚ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ସତ ବୋଲି ପ୍ରମାଣିତ ହେଲେ ତାଙ୍କ ବିରୋଧରେ ନିଶ୍ଚୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe