ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ! ୮ ମାସ କାଳ ଦେହ ବ୍ୟବସାୟରେ ଲଗାଇଥିଲା

Advertisment
ବର୍ଷକରେ ଦୁଷ୍କର୍ମ ମାମଲା ୧୧% ବୃଦ୍ଧି

Kashmir Reader

ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକ୍‌ମେଲ୍‌
ଅପହରଣ କରି ସମ୍ବଲପୁରରେ ୧୨ ଦିନ ବନ୍ଦୀ

ଭୁବନେଶ୍ୱର : ଆଲ୍‌ବମ୍‌ରେ ଅଭିନୟ ସୁଯୋଗ ଦେବା ବାହାନାରେ ଦୁଷ୍କର୍ମ କରିବା, ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇବା, ଅଶ୍ଳୀଳ ଭିଡିଓ କରି ବ୍ଲାକ୍‌ମେଲ୍ କରିବା ଓ ଶେଷରେ ଅପହରଣ କରିବା ଭଳି ସଂଗିନ୍ ଅଭିଯୋଗ ନେଇ ଶୁକ୍ରବାର ଦିନ ପୀଡ଼ିତା ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କନ୍ଧମାଳ ଓ ଭୁବନେଶ୍ବର ପୁଲିସଠାରୁ ନ୍ୟାୟ ପାଇବା ଆଶା ହରାଇବା ପରେ ସେ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘର ଫୁଲବାଣୀରେ। ତାଙ୍କ ସ୍ବାମୀ ନିଶା କାରବାର ଅଭି‌େଯାଗରେ ପଶ୍ଚିମବଙ୍ଗରେ ଜେଲରେ ଥିଲେ। ସେହି ସମୟରେ ମହିଳାଙ୍କର ମିଲନ କଅଁର ସହ ସମ୍ପର୍କ ହୋଇଥିଲା। ମିଲନ ତାଙ୍କୁ ଆଲ‌୍ବମ୍‌ରେ ଅଭିନୟ କରିବା ସୁଯୋଗ ଦେବ ବୋଲି କହି ଭୁବନେଶ୍ବର ନେଇଆସିଥିଲା। ୨୦୨୦ ଡିସେମ୍ବରରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସୁନ୍ଦରପଦା ଅଞ୍ଚଳରେ ରଖି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ୪ ଜଣ ବ୍ୟକ୍ତିଙ୍କ ସହ ଦେହ ବ୍ୟବସାୟରେ ଲିପ୍ତ କରାଇ ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡିଂ କରିଥିଲା। କୌଣସିମ‌‌ତେ ମହିଳା ଜଣକ ସେଠାରୁ ଖସିଯାଇ ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

ଗତ ୮ ତାରିଖରେ ମିଲନ ପୁଣି ତାଙ୍କୁ ଓ ତାଙ୍କ ପୁଅକୁ ଅପହରଣ କରି ସମ୍ବଲପୁରରେ ନଜରବନ୍ଦୀ କରି ରଖିଥିଲା। ୧୨ ଦିନ ପରେ ସେ ସେଠାରୁ ପୁଅକୁ ଧରି ଛାତରୁ ଡେଇଁ ଖସି ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ଏୟାର୍‌ଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ତାଙ୍କୁ ଏକ ଆଶ୍ରୟସ୍ଥଳୀକୁ ପଠାଇ ଦେଇ ଚୁପ୍‌ ରହିଲା। ପୁଲିସ ତଦନ୍ତ ନକରି ପାଲଟା ତାଙ୍କୁ ଗାଳିମନ୍ଦ କଲା। ତେଣୁ ଶେଷରେ ବାଧ୍ୟ ହୋଇ ସେ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe