ନିଶା ଦେଇ ହୋଟେଲ‌ରେ ବାନ୍ଧବୀଙ୍କୁ ଦୁଷ୍କର୍ମ

Advertisment

ଛତିଶଗଡ଼ରେ ଡେରା ପକାଇଛି କମିସନରେଟ୍‌ ପୁଲିସ

ଛତିଶଗଡ଼ରେ ଡେରା ପକାଇଛି କମିସନରେଟ୍‌ ପୁଲିସ

୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

Facebook

ଭୁବନେଶ୍ବର : ହୋଟେଲରେ ନିଶା ଦେଇ ବାନ୍ଧବୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଓମେଶ ସୁଧାକରକୁ ଗିରଫ କରିବାକୁ କମିସନେରଟ୍‌ ପୁଲିସ ଛତିଶଗଡ଼ରେ ଡେରା ପକାଇଛି। ଦୁଇ ଦିନ ହେଲା ଖଣ୍ଡଗିରି ଥାନା ପୁଲିସ ଛତିଶଗଡ଼ କବୀରନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ସୁଧାକରର ପତ୍ତା ପାଇନଥିବା ଜଣାପଡ଼ିଛି। ଚଢ଼ଉରେ ଛତିଶଗଡ଼ ପୁଲିସ ସାମିଲ୍‌ ଥିଲେ ବି ଧୂର୍ତ୍ତ ସୁଧାକରକୁ ଠାବ କରିବା ସମ୍ଭବ ହୋଇନାହିଁ।

ସୂଚନା ମୁତାବକ ଓମେଶ ଓ ପୀଡ଼ିତା ଯୁବତୀ ଥିଲେ ଦୁଇ ବନ୍ଧୁ। ସେମାନେ ଛତିଶଗଡ଼ର ଏକ ଇଂଜିନିୟରିଂ କଲେଜ୍‌ରେ ବିଟେକ୍‌ ପଢ଼ିବା ବେଳେ ସହପାଠୀ ଥିଲେ। ଗତ ପ୍ରାୟ ୭ ମାସ ତଳେ ଯୁବତୀଜଣଙ୍କ ଖଣ୍ଡଗିରିସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଇଥିଲେ ଓ ଭୁବନେଶ୍ବରରେ ରହୁଥିଲେ। ଗତ ଡିସେମ୍ବର ମାସରେ ସୁଧାକର ଭୁବନେଶ୍ବର ଆସିଥିଲା ଓ ଖଣ୍ଡଗିରି ଅଞ୍ଚଳର ଏକ ହୋଟେଲରେ ରହିଥିଲା। ଉକ୍ତ ହୋଟେଲରେ ଥିବା ବେଳେ ସୁଧାକର ତାଙ୍କ ବାନ୍ଧବୀଙ୍କୁ ଭେଟିବା ପାଇଁ ଡାକିଥିଲା। ସେଠାରେ ଯୁବତୀଙ୍କୁ ଚା’ରେ ନିଶାଦେଇ ଦୁଷ୍କର୍ମ କରିଥିଲା। ବଡ଼ କଥା ହେଉଛି ସୁଧାକର ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ କରିଥିଲା। ଭୁବନେଶ୍ବରରୁ ଫେରିଯିବା ପରେ ସେ ଯୁବତୀଙ୍କ ପାଖକୁ ଉକ୍ତ ଭିଡିଓ ପଠାଇ ବ୍ଲାକମେଲ୍‌ କରିଥିଲା। ସବୁଦିନ ପାଇଁ ଭିଡିଓ ଡିଲିଟ୍‌ କରିବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲା। ଯୁବତୀ ଜଣଙ୍କ ଲୋକଲଜ୍ଜା ଭୟରେ ତାଙ୍କୁ ଫୋନ୍‌‌ ପେ’ ମାଧ୍ୟମରେ ଏକ ଲକ୍ଷ ଟଙ୍କା ପଠାଇଥିଲେ।

ହେଲେ ସୁଧାକର ଆହୁରି ଅଧିକ ଟଙ୍କା ଦାବି କରିଥିଲା। ତେଣୁ ବାଧ୍ୟ ହୋଇ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ସହ ଛତିଶଗଡ଼ କବୀରନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେଠାରେ ମାମଲା ରୁଜୁକରି ୧୬୧ରେ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ଘଟଣା ଖଣ୍ଡଗିରିରେ ଘଟିଥିବାରୁ ଗତ ୨୪ ତାରିଖରେ କବୀରନଗର ଥାନାର ଏକ ଟିମ୍‌ ଖଣ୍ଡଗିରି ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲା। ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁକରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe