ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ମାମଲା: ବନ୍ଧା ହେଲା ପୁରୁଷବନ୍ଧୁ

Advertisment
ଜିମ୍‌ରେ ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Image Courtesy of Republic World

ଭୁବନେଶ୍ବର: ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ହୋଟେଲରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ପୁରୁଷବନ୍ଧୁକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗତକାଲିଠାରୁ ଛତିଶଗଡ଼ କବୀରନଗର ଥାନା ପୁଲିସ ଅଟକ ରଖିଥିବା ଅଭିଯୁକ୍ତ ଓମେଶ ସୁଧାକରକୁ ଆଜି ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଆସନ୍ତାକାଲି ପୁଲିସ ତାକୁ ଧରି ଭୁବନେଶ୍ବରରେ ପହଞ୍ଚିବା ପରେ କୋର୍ଟ ଚାଲାଣ କରାଯିବ।

ପ୍ରକାଶ ଥାଉ କି ଉଭୟ ଓମେଶ ଓ ପୀଡ଼ିତା‌ ଏକାଠି ଛତିଶଗଡ଼ର ଏକ ଇଂଜିନିୟରିଂ କଲେଜରେ ବିଟେକ୍‌ ପଢ଼ୁଥିଲେ। ୭ ମାସ ତଳେ ଯୁବତୀ ଜଣଙ୍କ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଇଥିଲେ। ତେଣୁ ସେ ଭୁବନେଶ୍ବରରେ ରହୁଥିଲେ ଓ ତାଙ୍କ ପୁରୁଷବନ୍ଧୁ ସୁଧାକର ନିୟମିତ ବ୍ୟବଧାନରେ ଯୁବତୀଙ୍କୁ ଭୁବନେଶ୍ବର ଆସି ଭେଟୁଥିଲେ। ତେବେ ଏବେ ଯୁବତୀଙ୍କ ଅଭିଯୋଗ ଅନୁସାରେ ଗତ ଡିସେମ୍ବର ମାସରେ ସୁଧାକର ଭୁବନେଶ୍ବର ଆସି ଖଣ୍ଡଗିରିସ୍ଥିତ ଏକ ହୋଟେଲ୍‌ରେ ରହିଥିଲେ ଓ ତାଙ୍କୁ ସେଠାକୁ ଡାକିଥିଲେ। ଏହି ସାକ୍ଷାତ ସମୟରେ ସୁଧାକର ଚା’ରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲା। ସେତେବେଳେ ସେ ଏକଥା ଜାଣିପାରିନଥିଲେ। କିନ୍ତୁ ପରେ ସୁଧାକର ସେହି ଦୁଷ୍କର୍ମ ସମୟର ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରିଥିଲେ ଓ ପ୍ରତିବଦଳରେ ଟଙ୍କା‌ ଦାବି କରିଥିଲେ। ସେ ଫୋନ୍‌ ପେ’ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ସୁଧାକର ଅଧିକ ଟଙ୍କା ଦାବି କରି ବ୍ଲାକ୍‌ମେଲ୍‌ କରିବା ବନ୍ଦ କରିନଥିଲା। ତେଣୁ ବାଧ୍ୟ ହୋଇ ପୀଡ଼ିତା ଛତିଶଗଡ଼ କବିରନଗର ଥାନା ଓ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe