ଫେବ୍ରୁଆରି ୨୫ରେ ମିସେସ୍‌ କଳିଙ୍ଗ

Advertisment
ଫେବ୍ରୁଆରି ୨୫ରେ ମିସେସ୍‌ କଳିଙ୍ଗ

ଭୁବନେଶ୍ୱର : ବୀଣାପାଣି ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ମିସେସ୍‌ କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ୨୦୧୮ ପାଇଁ ଅଡିସନ୍‌ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖରେ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ। ଏଥିରେ ନୃତ୍ୟ, ସଂଗୀତ, ଅଭିନୟ ଓ ଫେସନ୍‌ ସୋ ଭଳି ପ୍ରତିଯୋଗିତା ରହିବ ଯେଉଁଥିରେ ୨୦ରୁ ୪୫ ବର୍ଷ ବୟସର ଶ୍ରୀମତୀମାନେ ଭାଗ ନେଇ ପାରିବେ। ପ୍ରତିଭା ଚୟନର ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଘରର ବୋହୂବେଶ, ପରିପାଟ୍ଟୀ, ଶଙ୍ଖ ଓ ହୁଳୁହୁଳି ଧ୍ୱନିରେ କଳିଙ୍ଗ ଶ୍ରୀମତୀ ସମାରୋହ ଆରମ୍ଭ ହେବ। ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାର ବୋହୂବେଶ ସାଙ୍ଗକୁ ଭାବଭଙ୍ଗୀ ଚାତୁରୀରେ ପ୍ରତିଯୋଗୀମାନେ ନିଜସ୍ୱ ଶୈଳୀକୁ ଉପସ୍ଥାପନ କରିବେ। ନୃତ୍ୟ ଓ ସଂଗୀତ ମାଧ୍ୟମରେ କଳିଙ୍ଗର ମହିମାମୟ ଗାଥାକୁ ଗାନ କରିବା ସହ ଓଡ଼ିଆ ବୋହୂର ସାଂସ୍କୃତିକ ପ୍ରତିବିମ୍ବକୁ ଦେଖାଇବେ ଏହି ଶ୍ରୀମତୀମାନେ। ତେବେ ଏହି ପ୍ରତିଯୋଗିତା ସମ୍ପର୍କରେ ସବିଶେଷ ବିବରଣୀ ପାଇଁ ୯୯୩୮୨୧୨୯୩୫, ୮୯୧୭୫୧୧୫୩୫ କିମ୍ବା ୯୮୫୩୬୭୯୭୨୨ରେ ଯୋଗାଯୋଗ କରିବାକୁ ନାଟ୍ୟ ସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe