ରାଜଧାନୀରୁ ନିଖୋଜ ଯୁବତୀ କାନପୁରରୁ ଉଦ୍ଧାର

Advertisment
ରାଜଧାନୀରୁ ନିଖୋଜ ଯୁବତୀ କାନପୁରରୁ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ଆଜି ରାତିରେ ଉତ୍ତରପ୍ରଦେଶ କାନପୁର ଷ୍ଟେସନରୁ ଉଦ୍ଧାର କରାଯାଇଛି। କମିସନରେଟ ପୁଲିସ ସହାୟତାରେ ଆରପିଏଫ୍‌ ପୁଲିସ କାନପୁର ଷ୍ଟେସନରେ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣା ଜଣାପଡ଼ିବା ପରେ ଯୁବତୀଙ୍କୁ ଆଣିବା ଲାଗି ତାଙ୍କ ପରିବାରଲୋକ କାନପୁର ଅଭିମୁଖେ ଯାତ୍ରା କରିଛନ୍ତି। ନିଖୋଜ ପଛର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ ଯୁବତୀଙ୍କ ଘର ରସୁଲଗଡ଼ ଅଞ୍ଚଳରେ ହୋଇଥିବା ବେଳେ ବୟସ ପ୍ରାୟ ୨୩ ହେବ। ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରୁ ଯୁବତୀ ଘରୁ କେଉଁ ଆଡ଼େ ପଳାଇଥିଲେ। ପରିବାରଲୋକ ଖୋଜାଖୋଜି କରି ନିରାଶ ହେବା ପରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମିସିଂ ରିପୋର୍ଟ କରି ଯୁବତୀଙ୍କ ଫୋନ୍ ଟ୍ରାକିଂ କରିବା ପରେ ସେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଯାଉଥିବା ଜଣା ପଡ଼ିଥିଲା। କାନପୁର ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପୂର୍ବରୁ ରେଲୱେର ଟୋଲ୍ ଫ୍ରି ନମ୍ବର ୧୮୨କୁ କଲ୍ କରି ସୂଚନା ଦିଆ ଯାଇଥିଲା। ଆରପିଏଫ୍‌ କାନପୁର ଷ୍ଟେସନରେ ଯୁବତୀଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe