ଭଅଁରା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଜବତ, ୨୨ ଦିନ ହେଲା ନିଖୋଜ ଥିଲେ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ବାଲିପାଟଣା : ୨୨ ଦିନ ହେଲା ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହକୁ ସୋମବାର ଦିନ ସ୍ଥାନୀୟ ଭଅଁରାଗଡ଼ ଜଙ୍ଗଲରୁ ଜବତ କରାଯାଇଛି। ମୃତକ ହେଲେ ସ୍ଥାନୀୟ ଦେଉଳିଧରପୁର ଭାଲିଆଦଣ୍ଡା ଗାଁର ଧନେଶ୍ବର ବେହେରାଙ୍କ ପୁଅ ଆଶିଷ୍ କୁମାର ବେହେରା (୩୫)। ବାଲିପାଟଣା ଥାନା ପୁଲିସ ଗଳିତ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ଆଶିଷ ଗତ ଜାନୁଆରି ୨୩ରୁ ନିଖୋଜ ହୋଇଯାଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପରିବାର ଲୋକେ ୨୪ ତାରିଖରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କୁ ଠାବ କରିବାକୁ ପୁଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲା। କିନ୍ତୁ ଆଜି ଅପରାହ୍ନରେ ଭଅଁରାଗଡ ଜଙ୍ଗଲରେ ଜାଳେଣି କାଠ ସଂଗ୍ରହ କରୁଥିବା କିଛି ଲୋକ ଏହି ଗଳିତ ମୃତଦେହକୁ ଦେଖିଥିଲେ। ପ୍ରବଳ ଦୁର୍ଗନ୍ଧ ହେବାରୁ ସେମାନେ ଘଟଣାସ୍ଥଳକୁ ଯାଇ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ବ୍ୟବଛେଦ ରିପୋର୍ଟ ମିଳିବା ପରେ ଆଶିଷଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ କୌଣସି ବିଷଧର ସର୍ପ ଦଂଶନରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe