ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି, ଦୁଇ ଘଣ୍ଟା ବିଳମ୍ବରେ ଉଡ଼ାଣ

Advertisment
ପାରାଦୀପ ବନ୍ଦର ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବିକ୍ରିକୁ ବିରୋଧ, ୨୦ ରେ ଏଆଇଟିୟୁସିର ଗଣବିକ୍ଷୋଭ

Sambad English

ଭୁବନେଶ୍ବର : ବୁଧବାର ରାତିରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଯିବାକୁ ଥିବା ଭିସ୍ତାରା ବିମାନ ଭିଟିଆଇ -୭୮୨ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାର ଉଡ଼ାଣ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୮ଟା ୩୦ରେ ଏହି ବିମାନଟି ଉଡ଼ାଣ କରିବାର ଥିଲା। ୪୭ଜଣ ଯାତ୍ରୀ ବିମାନରେ ବସିଯାଇଥିଲେ। ହେଲେ ବିମାନ ଉଡ଼ାଣରେ ସମସ୍ୟା ହୋଇଥିଲା। ଏହାପରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଏହାର ମରାମତି କରାଯାଇଥିଲା। ବିମାନଟି ଦୁଇ ଘଣ୍ଟା ବିଳମ୍ବରେ ରାତି ପ୍ରାୟ ୧୦ଟା ୪୩ରେ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe