ଅଡିସନ୍ ଆଳରେ ଅସଦାଚରଣ: ଚାପୁଡ଼ା ଖାଇଲେ, କ୍ଷମା‌ ମାଗିଲେ

Advertisment
‘ଅଡିସନ୍‌’ ଅପେକ୍ଷାରେ କଳାକାର: ଧାର୍ଯ୍ୟ ହେଉନି ତାରିଖ, କଳାକାରଙ୍କୁ ମିଳୁନି ଭତ୍ତା

Backstage

ଚନ୍ଦ୍ରଶେଖରପୁର: ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେବା ଆଳରେ ଜଣେ ନବାଗତ ଅଭିନେତ୍ରୀଙ୍କୁ ଅଡିସନ୍‌ ବେଳେ ଅସଦାଚରଣ କରି ହରଡ଼ଘଣା‌ରେ ପଡ଼ିଲେ ନିର୍ଦ୍ଦେଶକ। ଯୁବତୀଙ୍କଠାରୁ ଶକ୍ତ ଚାପୁଡ଼ା ଖାଇବା ସହ ପରେ କ୍ଷମା ମାଗିବାରୁ ପୁଲିସ ମାମଲାରୁ ବର୍ତ୍ତି ଯାଇଛନ୍ତି। ଘଟଣାଟି ଆଜି ଇନ୍‌ଫୋସିଟି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ କାଷ୍ଟିଂକାଉଚ୍‌ରେ ଅଭିଯୁକ୍ତ ଥିବା ଏହି ନିର୍ଦ୍ଦେଶକଙ୍କୁ ଯୁବତୀ ଜଣକ ଚାପୁଡ଼ା ମାରି ଉଚିତ୍ ଶିକ୍ଷା ଦେଇଥିବାରୁ ବହୁ ସିନେପ୍ରେମୀ ତାଙ୍କୁ ପ୍ରଶଂସା କରିଛନ୍ତି।

ଖବର ଅନୁଯାୟୀ ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳସ୍ଥ ଏକ ଓୟୋ ହୋଟେଲ୍ ରୁମ୍‌ରେ ଏକ ଫିଲ୍ମ ପାଇଁ ଅଡିସନ୍‌ ଥିଲା। ନବାଗତ ଅଭିନେତ୍ରୀ ଜଣଙ୍କୁ ନିର୍ଦେଶକ ଏଥିପାଇଁ ଡାକିଥିଲେ। ଅଭିନେତ୍ରୀ ଜଣଙ୍କ ତାଙ୍କ ମା’ଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ଅଡିସନ୍‌ ସମୟରେ ମା’ଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ନବାଗତା ଅଭିନେତ୍ରୀଙ୍କୁ ଅଲଗା ଏକ ରୁମ୍‌କୁ ନେଇ ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରିବାକୁ କୁହାଯାଇଥିଲା। ଏହି ଅଡିସନ୍ ବେଳେ ନିର୍ଦେଶକ ଜଣଙ୍କ ବଡ଼ ଚତୁରତାର ସହ ଅଭିନେତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ। ଅଭିନେତ୍ରୀ ଜଣଙ୍କ ନିର୍ଦେଶକଙ୍କୁ ବାରଣ କରିଥିଲେ ବି ପରେ ସେ ଜାଣିଶୁଣି ପୁଣି ସେମିତି ଆଚରଣ କରିଥିଲେ। ଅଭିନେତ୍ରୀ ଜଣକ ରାଗି ଯାଇ ନିର୍ଦେଶକଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ରୁମ୍ ବାହାରକୁ ଚାଲିଆସିଥିଲେ ଓ ମା’ଙ୍କୁ ସବୁ କଥା କହିଥିଲେ। ତୁରନ୍ତ ମା’ ଇନ୍‌ଫୋସିଟି ଥାନା ପୁଲିସକୁ ଫୋନ୍‌ କରି ଅଭିଯୋଗ କରିଥିଲେ। ଶେଷରେ କଥା ଥାନାକୁ ଯାଇଥିଲା। ସେଠାରେ ଅନ୍ୟ କଳାକାରମାନେ ଅଭିନେତ୍ରୀଙ୍କୁ ବୁଝାସୁଝା କରିଥିଲେ ଓ ନିର୍ଦ୍ଦେଶକ କ୍ଷମା ମାଗିଥିଲେ। ଏମିତିରେ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ଓ ମାମଲା ଦଫାରଫା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe